ଆସିକାରେ ବ୍ରହ୍ମାଣ୍ଡକର୍ତ୍ତାଙ୍କ ବରାହ ଅବତାର

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଆଡପମଣ୍ଡପ ଗୁଡିକରେ ବିଜେ ଶ୍ରୀଜିଉ ମାନଙ୍କ ବରାହ ଅବତାର ବେଶ ଦର୍ଶନ କରିବା ଲାଗି ରବିବାର ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ବ୍ରହ୍ମାଣ୍ଡକର୍ତ୍ତାଙ୍କ ବରାହ ଅବତାର ବେଶ ଦର୍ଶନ କରି ଭକ୍ତ ବିଭୋର ହୋଇପଡିଥିଲା ବେଳେ ଆଡପପମଣ୍ଡପ ଗୁଡିକରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଥିଲା । ଆଡପମଣ୍ଡପରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ପାଇଁ ଉପସ୍ଥିତ ଥିବା ସେବାୟତମାନେ ରବିବାର ଭାବର ଠାକୁର ଭକ୍ତବତ୍ସଳ ଜଗତକର୍ତ୍ତାଙ୍କୁ ବରାହ ଅବତାର ବେଶରେ ସଜ୍ଜିତ କରାଇଥିବା ବେଳେ ସାନ୍ଧ୍ୟଆଳତୀ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜିଉଙ୍କ ବରାହ ଅବତାର ବେଶ ଦର୍ଶନ କରି ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୂଙ୍କ ଏହି ବରାହ ବେଶ ଦେଖିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ଦେଖା ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆଡପମଣ୍ଡପ ଗୁଡିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା ବେଳେ କିଏ ନଡିଆ ଭାଙ୍ଗି ତ ଅନ୍ୟ କିଏ ଦୀପ ଦାନ ଓ ତୁଳସୀ ଅର୍ପଣ କରି ପୂଜାର୍ଚ୍ଚନା କରିବା ସହ ଦୀପ ଜାଳି ଶ୍ରୀ ଜଗନ୍ନାଥ ସ୍ତୁତି ମଧ୍ୟ ପାଠ କରୁଥିବା ଦେଖିବାକୁ ମିଳିଥିଲା । ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପରେ ବିଜେ କରିଥିବା ବେଳେ ଭକ୍ତ ଅନ୍ତରର ସହ ଯାହା ମାଗିଲେ ମିଳେ ବୋଲି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମହଲରେ ବିଶ୍ୱାସ ରହିଛି । ଆଡପମଣ୍ଡପରେ ବସି ପ୍ରଭୂ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନ ନିଜର ପ୍ରିୟ ଭକ୍ତଜନଙ୍କୁ ଦର୍ଶନ ଦେଉଥିବା ବେଳେ ପ୍ରଭୂଙ୍କୁ ନିଜର ଦୁଃଖ ଜଣାଇ କେତେକ ଭକ୍ତ କାନ୍ଦି ପକାଉଥିବା ବେଳେ ଅନ୍ୟ କେତେକ ଭକ୍ତ ଶ୍ରୀଜିଉଙ୍କ ମନଲୋଭା ରୂପ ଦେଖି ଆନନ୍ଦରେ ଗଦଗଦ ହୋଇ ପଡୁଥିବା ଦେଖିବାକୁ ମିଳିଥିଲା । ବଡ ଭାଇ ଓ ଭଉଣୀଙ୍କ ସହ ରତ୍ନବେଦି ଛାଡି ଜନ୍ମବେଦିରେ ବିଜେ କରିଛନ୍ତି ୂବିଶ୍ୱନିୟନ୍ତା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଆଡପ ମଣ୍ଡପ ଗୁଡିକରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳୁଛି । କାଳିଆ ସାଅନ୍ତଙ୍କୁ ଆଡପ ମଣ୍ଡପରେ ମନଭରି ଦେଖୁଛନ୍ତି ଶ୍ରଦ୍ଧାଳୁ ଭକ୍ତ । କୋଟି କୈବଲ୍ୟନାଥ, ବିଶ୍ୱବ୍ରହ୍ମାଣ୍ଡର ଠାକୁର, କୋଟି ଓଡିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଦର୍ଶନ କରି ଭକ୍ତ ଭାବବିହ୍ୱଳିତ ହୋଇପଡୁଥିଲା ପରିଲକ୍ଷିତ ହେଉଛି । ଆଡପ ମଣ୍ଡପରେ ଜଗତର ନାଥ ଜଗନ୍ନାଥଙ୍କ ବିଭିନ୍ନ ବେଶ ଦର୍ଶନ କଲେ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳପ୍ରଦ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ଭାବ ବିନୋଦିଆ କାଳିଆ ସାଅନ୍ତଙ୍କ ଦୁର୍ଲଭ ବରାହ ଅବତାର ବେଶ ଦର୍ଶନ ପାଇଁ ଆଡପ ମଣ୍ଡପ ଗୁଡିକରେ ରବିବାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ରବିବାର ପ୍ରତ୍ୟୁଷରେ ମଙ୍ଗଳ ଆଳତୀ, ଅବକାଶ, ସକାଳ ଧୂପ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବା ପେ ସେବାୟତମାନେ ଜଗତକର୍ତ୍ତାଙ୍କୁ ଆକର୍ଷଣୀୟ ପୁଷ୍ପ, ତୁଳସୀରେ ସୁସଜ୍ଜିତ କରି ବରାହ ଅବତାରରେ ସଜ୍ଜିତ କରାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ