ମନଇଚ୍ଛା ଭଡା ନେଉଛନ୍ତି ଘରୋଇ ବସ୍ କର୍ମଚରି
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଅସ୍ତରଙ୍ଗ-କାକଟପୁରରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସ୍ଗୁଡିକ ଏବେ ଆଇନକୁ ବୃଢାଙ୍ଗୁଳି ଦେଖାଇଲେଣି। ନା ଗାଡିରେ ସରକାରୀ ଭଡା ତାଲିକା ଅଛି, ନା ଠିକ୍ ରସିଦ୍ ମିଳୁଛି। ଫଳରେ କଣ୍ଡକ୍ଟରମାନେ ଲୋକ ଦେଖି ମନଇଚ୍ଛା ଭଡା ଆଦାୟ କରୁଛନ୍ତି। ଆଉ ପରିବହନ ବିଭାଗ ଏସବୁ ଜାଣି ବି ଚୁପ୍। ମା ଟଭାଦେବୀ ବସ୍ (ଓଡି ୦୨ଏ ସି୦୪୯୪) କାକଟପୁର ରୁ ଭୁବନେଶ୍ୱର ଯାଉଥିଲା। ବସ୍ରେ ଥିବା ଯାତ୍ରୀଙ୍କଠୁ ଜଣପିଛା ୯୦ ଟଙ୍କା ତ ଅନେକଙ୍କଠୁ ୧ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ ହେଉଛି। ସବୁଠୁ ବଡ କଥା ହେଲା କାହାକୁ ଠିକ୍ ରସିଦ୍ ଦିଆଯାଉନି। ଯାହା ମିଳୁଛି ତାହା ହାତରେ ଲେଖା ସ୍ଲିପ୍। କାକଟପୁର ରୁ ଭୁବନେଶ୍ୱର ୬୦-୬୫କିମି । ସରକାରୀ ନିୟମ ଅନୁଯାୟୀ କିଲୋମିଟର ପିଛା ୮୫ ରୁ ୯୨ ପଇସା ଅର୍ଥାତ ସର୍ବାଧିକ ୬୦ ଟଙ୍କା ଭଡା ହେବା କଥା। କିନ୍ତୁ ଗାଡିରେ କୌଣସି ରେଟ୍ ଚାର୍ଟ ନଥିବାରୁ କଣ୍ଡକ୍ଟର ଯାହା ମନକୁ ଆସୁଛି ସେଇଆ ନେଉଛନ୍ତି। ଜାଣିଥିବା ଯାତ୍ରୀଙ୍କଠୁ ୯୦ଟଙ୍କା , ନଜାଣିଥିବା ଯାତ୍ରୀଙ୍କଠୁ ଏକ ଶହ ଟଙ୍କା କିମ୍ବା ତା ଠାରୁ ଅଧିକ ।କାକଟପୁର ଅଞ୍ଚଳ ସମାଜସେବୀ ନିଜେ ମା ଟଭାଦେବୀ ବସ ରେ ଯାତ୍ରା କରିଥିବା ବେଳେ ସମରେନ୍ଦ୍ର ଦୀକ୍ଷିତି କହିଛନ୍ତି ବସ୍ରେ କୌଣସି ଭଡା ତାଲିକା ନାହିଁ। ପଚାରିଲେ କୁହନ୍ତି ଯାହା ନେଉଛୁ ଦିଅ । ରସିଦ୍ ମାଗିଲେ ଅକ୍ଷର ପଢି ହେଉ ନଥିବା ରସିଦ ସ୍ଲିପ ଧରାଉଛନ୍ତି ତାହା ପୁଣି ହାତ ଲେଖା ।ଏହା ଶହ ଲୋକଙ୍କ ଶହ ଗାଳି କରୁଛନ୍ତି । ଆଉ ବସ ରେ ନ ଯାଇ ଅନ୍ୟ ବସ ରେ ଯିବାକୁ ସିଧା କର୍ମଚାରୀ କହୁଛନ୍ତି। ଏହା କି ପ୍ରକାର ଲୁଟ୍ । ଏହା ଗୋଟିଏ ବସ୍ର କାହାଣୀ ନୁହେଁ। ଅସ୍ତରଙ୍ଗ ରୁ ଭୁବନେଶ୍ୱର ରୁଟ୍ର ଅଧିକାଂଶ ଘରୋଇ ବସ୍ରେ ସମାନ ଅବସ୍ଥା । ମୁଖ୍ୟତଃ ୩ ଟି ଅପରାଧ ବିଶେଷତଃ ଚାଲିଛି ସେଥି ମଧ୍ୟରୁ ରେଟ୍ ଚାର୍ଟ ଲଗାଉନାହାନ୍ତି – ଯାହା ସରକାରୀ ନିୟମ ଅନୁଯାୟୀ ବାଧ୍ୟତାମୂଳକ,ଠିକ୍ ରସିଦ୍ ଦେଉନାହାନ୍ତି – ହିସାବ ନାହିଁ, ଟିକସ ଫାଙ୍କିବାକୁ,ଲୋକ ଦେଖି ଭଡା ଆଦାୟ – ଛାତ୍ର, ରୋଗୀ, ମହିଳାଙ୍କଠୁ ଅଧିକ।ସବୁଠୁ ଦୁଃଖର କଥା ହେଲା ଜିଲ୍ଲା ପରିବହନ ଅଧିକାରୀ, ଅଧିକାରିଣୀ ଓ ଆରଟିଓ ଙ୍କ ନୀରବତା । ଏହି ରୁଟ୍ରେ ଶେଷ କେବେ ଚଢାଉ ହୋଇଥିଲା କେହି କହିପାରିବେ ନାହିଁ। ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ର ପରର୍ମିଟ୍ ବାତିଲ ହେଉନି।କିନ୍ତୁ ପ୍ରତ୍ୟେକ ଦିନ ଅନେକ ଘରୋଇ ବସ ରେ ସାଧାରଣ ଯାତ୍ରୀ ଏଭଳି ଶୋଷଣ ଶିକାର ହେଉଛନ୍ତି। ଏନେଇ ବୁଦ୍ଧିଜୀବୀ ମହଲରେ ଜୋରଦାର ଦାବି ହୋଇଛି – ଜିଲ୍ଲାପ୍ରଶାସନ, ଜିଲ୍ଲା ପରିବହନ ବିଭାଗ ଓ ରାଜ୍ୟ ପରିବହନ ବିଭାଗ ମିଳିତ ଭାବେ ତୁରନ୍ତ ତଦନ୍ତ କରନ୍ତୁ। ପ୍ରତି ବସ୍ରେ ସରକାରୀ ଭଡା ତାଲିକା ଓ ଇ-ଟିକେଟ୍ ମେସିନ୍ ବାଧ୍ୟତାମୂଳକ କରାଯାଉ। ନହେଲେ ଆଗାମୀ ଦିନରେ ଯାତ୍ରୀମାନେ ରାଜରାସ୍ତା ଅବରୋଧ କରିବେ। ପରିବହନ ବିଭାଗ ଯଦି ଏବେ ବି ନଜାଗେ ତେବେ ଏହି ଲୁଟ୍ର ସମ୍ପୂର୍ଣ୍ଣ ଦାୟ ତାଙ୍କ ଉପରେ । କାରଣ ନିୟମ ନଥିବା ଜାଗାରେ ଲୁଟ୍ ହିଁ ରାଜା ।


