ଆଇନ ସଚେତନତା ଶିବିର ଅନୁଷ୍ଠିତ
ରାୟଗଡ଼ା, ( ଯୋଗେଶ୍ୱର ଦାସ ): ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ଦିନ ସ୍ଥାନୀୟ ପ୍ରସାଦ ଟେକ୍ନୋ ସ୍କୁଲରେ ରାୟଗଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଜେ.ଜେ.(ସିପିସି) ଆଇନ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପ୍ରସାଦ ଟେକ୍ନୋ ସ୍କୁଲ ର ଏକାଡେମିସିଆନ ଶ୍ରୀ ଅଶୋକ କୁମାର ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାନେଲ ଓକିଲ ଶ୍ରୀ ରିତେସ୍ କୁମାର ସାବତ, ପ୍ରଣ୍ଟ ଅଫିସ ରିଟେନର ତଥା ରିମାଣ୍ଡ ଆଡଭୋକେଟ ଶ୍ରୀ ସୁକାନ୍ତ ଦାସ, ପ୍ରସାଦ ଟେକ୍ନୋ ସ୍କୁଲ, ରାୟଗଡାର ଅଧ୍ୟକ୍ଷ ଙ୍କ ସମେତ ସ୍କୁଲର ଶିକ୍ଷକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଜେ.ଜେ.(ସିପିସି) ଆଇନ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ I ପରିଶେଷରେ ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଏହି ଆଇନ ଉପରେ ଥିବା ସୁପ୍ରିମକୋଟ ର ଥିବା ବିଭିନ୍ନ ଜଜମେଣ୍ଟ ଉପରେ ଅଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ପ୍ରସାଦ ଟେକ୍ନୋ ସ୍କୁଲ ର ଛାତ୍ର ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I


