ପ୍ରକଳ୍ପ ସ୍ତରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ମିଶନ ଶକ୍ତି ସଭାଗୃହ ପରିସରରେ ଶିଶୁର ମସ୍ତିଷ୍କ ବିକାଶ , ଶାରୀରିକ ବିକାଶ ସହ ସାମଗ୍ରିକ ସୁସ୍ଥତା ପାଇଁ ପ୍ରକଳ୍ପ ସ୍ତରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଗୀତାଞ୍ଜଳି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ , ପୋଷଣ ବ୍ଳକ ସଂଯୋଜକ ବିଦ୍ୟାଧର ଗୈାଡ , ଅଙ୍ଗନୱାଡ଼ି ସୁପ୍ରଭାଇଜର ବିଳାସିନୀ ପାଣିଗ୍ରାହୀ , ଉମାରାଣୀ ବେହେରା , ଲକ୍ଷ୍ମୀ ଶବର , ସଞ୍ଜୁ କୁମାରୀ ନନ୍ଦ , ରଞ୍ଜନା ମିଶ୍ର , ଗିତାଞ୍ଜଳୀ ଗୈାଡ ପ୍ରମୁଖ ମଞ୍ଚାସିନ ଥିଲେ । ଜନ୍ମରୁ ୬ ବର୍ଷ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ବ , ପୋଷଣ ଖାଦ୍ୟ , ପ୍ରାରମ୍ଭିକ ବୟସରେ ଶିଶୁର ଯତ୍ନ ଓ ଖେଳ ଆଧାରିତ ଶିକ୍ଷା , ଶିଶୁମାନେ ମୋବାଇଲ ଫୋନ୍ ଦେଖିବା ଦ୍ବାରା ମସ୍ତିଷ୍କ ଉପରେ କିଭଳି ପ୍ରଭାବ ପଡେ ତେଣୁ ମୋବାଇଲ ଫୋନ୍ କୁ ସେମାନଙ୍କ ଠାରୁ ଦୂରେଇବା , ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀର କିଭଳି ସୁସ୍ଥ ରହିପାରିବ ସେ ନେଇ ସଭାରେ ଆଲୋକପାତ କରାଯାଇଥିଲା । ଏଥିସହ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯିବା ସହ ଗର୍ଭବତୀ ମହିଳାଙ୍କ ଗୋଦଭରାଇ ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିପରି ମୋ ଗେହ୍ଲା ଝିଅ , ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୧ ଟି ଅଙ୍ଗନୱାଡ଼ି ସେକ୍ଟରର ସମସ୍ତ ଅଙ୍ଗନୱାଡ଼ି କର୍ମୀ , ବହୁ ସଂଖ୍ୟକ କିଶୋରୀ ବାଳିକା ଉପସ୍ଥିତ ଥିଲେ।


