ଓସ୍ତପୁର ସରକାରୀ ସ୍କୁଲରେ ବର୍ଷା ପାଣି, ଶ୍ରେଣୀ ଗୃହ ଆଗରେ ମାଟି ବନ୍ଧ

କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ସରକାର କହୁଛନ୍ତି ଉର୍ନ୍ନତ ମାନର ସ୍କୁଲ, ସ୍ମାର୍ଟ ଶ୍ରେଣୀ ଗୃହ। ହେଲେ ବାସ୍ତବ ଚିତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ। ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ ନଈଗୁଆଁ ପଞ୍ଚାୟତ ଓସ୍ତପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ପୋଖରୀ ପାଲଟିଛି। ଅଳ୍ପ ବର୍ଷାରେ ସ୍କୁଲ ପରିସର ବୁଡି ଶ୍ରେଣୀ ଗୃହ ଭିତରେ ପାଣି ପଶି ଯାଇଛି। ଫଳରେ କୁନି କୁନି ପିଲା ପାଠ ପଢିବା ବଦଳରେ ପାଣି ଭିତରେ ଛନ୍ଦି ହେଉଛନ୍ତି। ସ୍କୁଲ ଗେଟ୍ ଠାରୁ ଶ୍ରେଣୀ ଗୃହ ଯାଏ ଆଣ୍ଠୁଏ ପାଣି। ଶ୍ରେଣୀ ଗୃହ ଭିତରେ ପାଣି ନ ପଶିବା ପାଇଁ ଶିକ୍ଷକ ଓ ପିଲା ମିଶି ମାଟି କାଦୁଅର ଅସ୍ଥାୟୀ ବନ୍ଧ ଦେଇଛନ୍ତି। କେଉଁଠି ବହି ଓଦା, କେଉଁଠି ବେଞ୍ଚ ନିକଟରେ ପାଣି। ଏଭଳି ପରିବେଶରେ ପାଠ ପଢା କେମିତି ହେବ? ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତି ବର୍ଷ ବର୍ଷା ଦିନେ ଏହି ସମସ୍ୟା। ସ୍କୁଲ ପରିସର ନିଚା, ପାଣି ନିଷ୍କାସନର ବ୍ୟବସ୍ଥା ନାହିଁ। ବାରମ୍ବାର କହିଲେ ବି ବିଭାଗ ଶୁଣୁନାହିଁ। ପିଲା ଅସୁସ୍ଥ ହେଉଛନ୍ତି, ଉପସ୍ଥାନ କମୁଛି।ଅସ୍ତରଙ୍ଗ ବ୍ଲକ ରେ ରାଜନୀତି କରଣ କରି ନେତା ବାକ୍ୟ କେବଳ କିନ୍ତୁ ସ୍କୁଲ ସମସ୍ୟା ବୁଝୁନାହାନ୍ତି। ଏ ନେଇ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରାଯାଇଥିଲା, ହେଲେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଶ୍ନ ଉଠୁଛି – ସ୍ମାର୍ଟ ସ୍କୁଲ ନାରା ଭିତରେ ପିଲା ପାଣି ଭିତରେ ପାଠ ପଢିବେ କି? ତୁରନ୍ତ ସ୍କୁଲ ପରିସର ଉଚ୍ଚ କରି ପାଣି ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ