ଜୈବ ବିବିଧତା ସଂରକ୍ଷଣ ଓ ପରିବେଶ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ): ତାମ୍ପରା ରାମସର ସାଇଟ ଓ ସ୍ଥାନୀୟ ନଦୀ ଅବବାହିକ ଅଂଚଳ ର ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭୁବନେଶ୍ୱରସ୍ଥିତ ପଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜୈବ ବିବିଧତା ସଂରକ୍ଷଣ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦୁର୍ଗା ପ୍ରସାଦ ଦାଶ  ଯୋଗଦେଇ ଜୈବ ବିବିଧତାର ସୁରକ୍ଷା, ପରିବେଶ ସନ୍ତୁଳନ ରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଅନୁଷ୍ଠାନର ସଂଯୋଜକ ଜିତେନ୍ଦ୍ରିୟ ନାୟକ ଜଳବାୟୁ ପରିବର୍ତ୍ତନ, ଏହାର କାରଣ ଓ ମାନବ ସମାଜ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଳ ସଂରକ୍ଷଣ ଏବଂ ପ୍ଲାଷ୍ଟିକ ବ୍ୟବହାର କମାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଷ୍ଠାନର ୱାର୍ଡି କାଶୀ, ସନ୍ତୋଷ କୁମାର ଜେନା ଓ ବିଶି କେସନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ