ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍‍ଘାଟିତ

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଦୁଇଦିବସୀୟ ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି । ଆସିକା ବ୍ଳକ ବିଦ୍ୟାଳୟ କ୍ରୀଡା ସଂଗଠନର ସଭାପତି ତଥା ବିଇଓ ସୁଜିତ୍‍ କୁମାର ପାଢୀଙ୍କ ପରାମର୍ଶ ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ୍‍ ଖେଳପଡିଆରେ ଆରମ୍ଭ ହୋଇଥିବା ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, କ୍ରୀଡା ଶିକ୍ଷକ ମନୋରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ଆଞ୍ଚଳିକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା ଓ ମାନସିକ ବିକାଶ ପାଇଁ ଏହା ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି କ୍ରୀଡାବିତ୍‍ମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳକୁଦ କରିବା ସହ ନିଜର ପ୍ରତିଭା, ପାରଦର୍ଶିତା ଏବଂ ପାରଙ୍ଗମତାକୁ ଲୋକଲୋଚନକୁ ଆଣି କ୍ରୀଡା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ଖେଳପଡିଆ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ହରିଡାପଦର, ଆସିକା ସଦର, କାଳଷଣ୍ଢପୁର, ନଳବଣ୍ଟା କ୍ଳଷ୍ଟର ଅଧିନସ୍ଥ ଉଚ୍ଚପ୍ରାଥମିକ, ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଥିବା ପ୍ରାୟ ୨୦ଟି ସ୍କୁଲର ଅନ୍ୟୁନ ୩ ଶହରୁ ଉର୍ଦ୍ଧ୍ୱ ୧୪ ଓ ୧୭ ବର୍ଷରୁ କମ୍‍ ଆଗ୍ରହୀ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ପ୍ରଥମ ଦିନରେ ଖୋଖୋ ଏବଂ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇଥିବା ଆଞ୍ଚଳିକସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ରଂଜିତ୍‍ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ଅର୍ଚ୍ଚନା ପାଢୀ, ମମତା କୁମାରୀ ଭଂଜ, ବଟକୃଷ୍ଣ ଗୌଡ, ଅଜିତ୍‍ କୁମାର ରଣା, ନର୍ମଦା କୁମାରୀ ସ୍ୱାଇଁ, ଚନ୍ଦ୍ରିିକା ସୁନା, ମନୋରଂଜନ ପଣ୍ଡା, ସବିତା ତ୍ରିପାଠୀ, ଗାୟତ୍ରୀ ପାତ୍ର, ଜୁଲି ରଥ, ପ୍ରଜ୍ଞା ପରମିତା ପଣ୍ଡା, ଦେବେନ୍‍ କୁମାର ନାୟକ, ଅନିଲ୍‍ ବେହେରା, ଆଦିତ୍ୟ ଓଡଣ୍ଡ୍ରା, ମିରାବାଈ ପାତ୍ର, ରଶ୍ମିତା ମିଶ୍ର, କ୍ରୀଡାଶିକ୍ଷକ ମନୋରଂଜନ ପଣ୍ଡା, ଏସ୍‍କେ ୟୁସୁଫ୍‍ କଳାପାହାଡ, ଚନ୍ଦ୍ରଶେଖର ଦାଶ, ଦେବରାଜ ଜେନା, ଅଶ୍ୱିନୀ ମହାଙ୍କୁଡ, ଇନ୍ଦିରା ଦାଶ, ଜାନକୀ ରାଉତ, ଜି.ରାହୁଳ ପାତ୍ର, ସୁଧିର ପାଢୀଙ୍କ ସମେତ ଶିକ୍ଷାବିଭାଗର ବହୁ ଶିକ୍ଷକ ଓ କ୍ରୀଡା ଶିକ୍ଷକ ଏବଂ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ଖେଳ ପଡିଆରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିବସୀୟ ଅଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାକୁ ଉପଭୋଗ କରିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ