ଅଗ୍ରପୂଜ୍ୟ ଗଣେଶ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନର ବାର୍ଷିକ ଉତ୍ସବ
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ ଚିନିଶିଳ୍ପ ପରିସରରେ ଗତ ୨୦୧୯ ମସିହାରେ ସ୍ଥାପିତ ହୋଇ ଦୀର୍ଘ ୭ ବର୍ଷ ଧରି ପୂଜା ପାଇଆସୁଥିବା ଅଗ୍ରପୂଜ୍ୟ ଗଣେଶ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ ମହୋତ୍ସବର ବାର୍ଷିକ ଉତ୍ସବ ମଙ୍ଗଳବାର ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଯାଇଛି । ଏହି ଅବସରରେ ନୈଷ୍ଠିକ ବ୍ରାହ୍ମଣ ପ୍ରମୋଦ କୁମାର ଶତପଥୀଙ୍କ ମନ୍ତ୍ରୋଚାରଣରେ ନୀତିକାନ୍ତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସାଙ୍ଗକୁ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଘ୍ନ ବିନାଶକ ଗଣପତିବାବାଙ୍କ ବିଗ୍ରହ ସ୍ଥାପନର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସମବାୟ ଚିନିଶିଳ୍ପର ଆଧ୍ୟାତ୍ମିକପ୍ରେମୀ କର୍ମଚାରୀ ଅନ୍ତର୍ଯ୍ୟାମୀ ନାହାକ କର୍ତ୍ତା ରୂପେ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ । ବିଘ୍ନ ବିନାଶକ ଗଣେଶ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପରାମର୍ଶକ୍ରମେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶ ମହାପ୍ରଭୂଙ୍କ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, ଏଓ ଚିତ୍ତଚିନ୍ମୟ ରଂଜନ ନାୟକ, ବରିଷ୍ଠ ପଦାଧିକାରୀ ଶ୍ରୀନିବାସ ମହାପାତ୍ର, ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଅନିଲ୍ କୁମାର ଦାଶ, କେଦାରନାଥ ସାହୁ, ଲମ୍ବୋଦର ସାବତ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର କର, ଦିଲୀପ କୁମାର ସ୍ୱାଇଁ, ଶ୍ରୀପାଳୀ ସୁନ୍ଦର ଦାଶ, ସଂଜୟ କୁମାର ଷଡଙ୍ଗୀ, ଦୁଷ୍ମନ୍ତ କୁମାର ପାଢୀ, ରାଧାମାଧବ ନାହାକ, ସୁଶାନ୍ତ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଲେଙ୍କା, ବିଶ୍ୱନାଥ ପାଣିଗ୍ରାହୀ, ଜ୍ୟୋତିରଂଜନ ରାଉତ, ଏମ୍.ରାମବାବୁ ଦୋରା, ହରିହର ମହାରଣା, ରାଜେଶ୍ କୁମାର ନାହାକ, ଉଲ୍ଲାସ ରେଡି, ମହାଦେବ ନାହାକ, ଲକ୍ଷ୍ମୀନାରାୟଣ ସାହୁ, ରାମପ୍ରସାଦ ଶତପଥୀ, ଅକ୍ଷୟ କୁମାର ବାରିକ, ବସନ୍ତ କୁମାର ସ୍ୱାଇଁ, କପିଳେନ୍ଦ୍ର ଜେନା,. ଦାମୋଦର ସିୟ, ଅନ୍ତର୍ଯ୍ୟାମୀ ନାହାକ, ଚାପଧର ରାଉତ, ମନୋଜ କୁମାର ନାହାକ, କୈଳାଶ ଚନ୍ଦ୍ର ପଟ୍ଟନାୟକ, କୈଳାଶ ଚନ୍ଦ୍ର ଗୌଡ, ନାଗେଶ୍ୱର ରାଓ, ସୁରଜ ଗୌଡଙ୍କ ସମେତ ବହୁ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଅଞ୍ଚଳବାସୀ ଓ ସମବାୟ ଚିନିଶିଳ୍ପର ପ୍ରଗତି ପାଇଁ ଆଶିଷ ଭିକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା । ସମବାୟ ଚିନିଶିଳ୍ପ ପରିସରରେ ଅଗ୍ରପୁଜ୍ୟ ଗଣେଶ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚିନିଶିଳ୍ପର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


