ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ୧୩ନଂ. ୱାର୍ଡ ପଶ୍ଚିମା ନଗର ସାହିର ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତଙ୍କ ୩ୟ ବଡ ଭାଇ ଅନ୍ତର୍ଯ୍ୟାମୀ ରାଉତ(୭୨)ଙ୍କର ବୁଧବାର ରାତିରେ ପରଲୋକ ଘଟିଛି । ସେ ଗତ ୨୦୧୯ ମସିହା ଠାରୁ ଲିଭର କର୍କଟ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ଗତ କିଛି ଦିନ ପୂର୍ବରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ବୁଧବାର ରାତି ୮ଟାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁଅ ଗଣେଶ ମୁଖାଗ୍ନି ଦେଇଥିଲେ । ସେ ଦୀର୍ଘ ବର୍ଷ ଧରି ବନ ବିଭାଗରେ ଚାକିରୀ କରି ଗତ ୨୦୧୮ ମସିହାରେ ଅବସର ନେଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ