ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସନ୍ନିକଟ କାହ୍ନୁ ଚରଣ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଅତୁଲ ଚରଣ ମହାନ୍ତି ଓ ଯନ୍ତାଳପଦୀ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶଙ୍କର୍ଷଣ ପଳତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଚର୍ତୁଭୂଜ ପହି, ମୋହନ କୁମାର ମହାନ୍ତି, କୃର୍ଷ୍ଣଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର ମଲ୍ଲିକ, ଗାୟକ ହରିହର ପାଣିଗ୍ରାହୀ, ଶାନ୍ତନୁ କୁମାର ନାୟକ, ହରିହର ପଳତା, ନିର୍ମଳ କୁମାର ସେଠୀ ଅତିଥି ଭାବେ ଯୋଗଦେଇ ଅବସର ନେଇଥିବା ଶିକ୍ଷକଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷକ ଦ୍ୱୟଙ୍କୁ ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ