ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ତାଳବାଙ୍କ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ଅବସର ନେଇଥିବା ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଜେନାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥି ମାନେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ସମାଜସେବୀ ଅଭିମନ୍ୟୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ଚିତ୍ତରଞ୍ଜନ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢ଼ୀ, ସମ୍ମାନୀତ ଅତିଥି ଭାବେ ବିଆରସିସି ହରେକୃଷ୍ଣ ଆପଟ୍ଟ, ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ପୂର୍ବତନ ସିଆରସିସି ଦୀନବନ୍ଧୁ ରାଉତ,ସିଆରସିସି ରାଜେନ୍ଦ୍ର କୁମାର ପାତ୍ର, ଶିକ୍ଷୟତ୍ରୀ ହେମଲତା ବେହେରା, ବିଶ୍ଵନାଥ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୋଳ ଗୋବିନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଶିକ୍ଷକ ନରେନ୍ଦ୍ର କୁମାର ବାରିକ ମଞ୍ଚ ସଂଯୋଜନା ଏବଂ ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଜେନାଙ୍କୁ ମାନପତ୍ର,ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ନିଳୋକ କ୍ଲଷ୍ଟରର ଶିକ୍ଷକ ଗଣେଶ ପ୍ରସାଦ ସେଠୀ,ବଟକୃଷ୍ଣ ସେଠୀ, ସୁଶାନ୍ତ ସାହୁ, ଅମରେଶ ଚନ୍ଦ୍ର ପଣ୍ଡା, ଶେଷଦେବ ଜେନା, ରତିକାନ୍ତ ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ଶିକ୍ଷୟିତ୍ରୀ ରାଧାରାଣୀ ସେଠୀ, ମିନତୀ ହେମ୍ବ୍ରମ, ସୁକାନ୍ତୀ ବିଶ୍ୱାଳ, ମୋନାଲିସା ଦଳେଇ, ପରିଚାଳନା କମିଟିର ଉପାଧ୍ୟାକ୍ଷା ସ୍ୱର୍ଣ୍ଣମୟୀ ଦାସଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ