ସାନଖେମୁଣ୍ଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ୨୦୨୫ ମୌଳାଭଞ୍ଜା ଗ୍ରାମ ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ, ମୁଖ୍ୟବକ୍ତା ଭାବେ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ଅଧ୍ୟାପକ ଡ. କୈଳାସଚନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶୁକଦେବ ମଲ୍ଲିକ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଯିକା ରୀତାଞ୍ଜଳି ରଥ, ଛଣମେରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଜଗଦୀଶ ମୁନି, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ପ୍ରତିମା ମହାରଣା ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ସେଠୀ, ସମିତି ସଭ୍ୟ ଶରତ କୁମାର ସ୍ବାଇଁ,ପୂର୍ବତନ ସରପଞ୍ଚ ସୂର୍ଯ୍ୟନାରାୟଣ ଦଳବେହେରା ପ୍ରମୁଖ ଯୋଗ ଦେଇ  ଛାତ୍ରୀ ଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ଓ ସୃଜନ ଶକ୍ତି ସମେତ ଅନ୍ତର୍ନିହିତ ପ୍ରତିଭା ବିକାଶ ଦିଗରେ ଆଲୋକପାତ କରିଥିଲେ । ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଶିଷ୍ଟ ଲୋକନୃତ୍ୟ ଗୁରୁ ତଥା ବିଚିତ୍ର ବର୍ଣ୍ଣାଳିି ଅନୁଷ୍ଠାନର ସମ୍ପାଦକ ଆଲୋକ ବିଷୋୟୀ, ଓଡ଼ିଶୀ ନୃତ୍ୟଗୁରୁ ପ୍ରଦୀପ କୁମାର ରଥ ପ୍ତମୁଖ ଯୋଗ ଦେଇଥିଲେ।ପ୍ରବନ୍ଧ ,ବକ୍ତୃତା, କଣ୍ଠ ସଙ୍ଗୀତ, ନୃତ୍ୟ ପ୍ରଭୃତି  ପ୍ରତିଯୋଗିତାର କୃତୀ ଶିକ୍ଷାର୍ଥୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ନିମନ୍ତେ ପ୍ରତିଯୋଗୀ  ଚୟନ କରାଯାଇଥିଲା। ସିଆରସିସି ଡି. ମୁକେଶ ପାତ୍ରଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଦ୍ୟାଳୟ  ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ