ଓମ୍‌ସା ପକ୍ଷରୁ ଓପିଡି ବନ୍ଦ ଆନ୍ଦୋଳନକୁ ଏସସିବି ଡାକ୍ତରଙ୍କ ସମର୍ଥନ: କଳା ବ୍ୟାଚ ପିନ୍ଧି ଜୁନିୟର ଡାକ୍ତରଙ୍କ ପ୍ରତିବାଦ

କଟକ,(ଓ୍ବାଇଏନଏସ): ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ମଞ୍ଜୁରିପ୍ରାପ୍ତ ପଦକୁ ବାଦ୍‌ ଦେଲେ ପ୍ରାୟ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହାସହ ଡାକ୍ତରଖାନାରେ ଡାକ୍ତରଙ୍କ ପାଇଁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ତେଣୁ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ ଅନ୍ୟାନ୍ୟ ୧୩ଟି ଦାବି ପ୍ରତି ସରକାରଙ୍କ ଅଣଦେଖା ପ୍ରତିବାଦରେ ଶୁକ୍ରବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମ୍‌ସା)। ଫଳରେ ପ୍ରାୟ ୫ ଦିନ ହେବ ୧ ଘଣ୍ଟିଆ ବର୍ହିବିଭାଗ ସେବା ବନ୍ଦ ରଖୁଛନ୍ତି ଡାକ୍ତର। ଆଉ ଏହି କ୍ରମରେ ମଙ୍ଗଳବାର କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶିଶୁ ଭବନରେ କାର୍ଯ୍ୟରତ ଡାକ୍ତରମାନେ ଓମସାକୁ ସମର୍ଥନ ଜଣାଇ ନୀରବ ପ୍ରତିବାଦ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଘଣ୍ଟା ଓପିଡି କାର୍ଯ୍ୟ ବନ୍ଦ ଡାକ୍ତରମାନେ କରିଥିବା ବେଳେ, ଏସସିବି ମେଡିକାଲ କଲେଜରେ କାର୍ଯ୍ୟରତ ଜୁନିୟର ଡାକ୍ତରମାନେ ମଧ୍ୟ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ୧୩ଟି ଦାବି ଉପରେ ଗତକାଲି ସରକାରଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଏହା ସଫଳ ହୋଇନାହିଁ। ତେଣୁ ଏସସିବିର ଜୁନିୟର ଡାକ୍ତରମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇ କଳା ବ୍ୟାଚ ପିନ୍ଧି ପ୍ରତିବାଦ କହିଛନ୍ତି। ଏମିତିରେ ଯଦି ସରକାର ଆଗକୁ ଏହି ଦାବି ପୂରଣ ନକରନ୍ତି, ତେବେ ସଂପୂର୍ଣ୍ଣ ରୋଗୀସେବା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ଜୁନିୟର ଡାକ୍ତରମାନେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ