ହାଉସ କିପିଙ୍ଗ ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ଗୋଷ୍ଠି
ସମ୍ବଲପୁର (ଲିପନ ନାଏକ): ରଙ୍ଗିଆଟିକ୍ରା ଉଚ୍ଚ ବିଦ୍ୟାଳୟରେ ହାଉସ କିପିଙ୍ଗ କାମ ପାଇଁ ଏସ ଏଚ ଜି ଚୟନରେ ଅନିୟମିତତା କୁ ନେଇ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠି l ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ରଙ୍ଗିଆଟିକ୍ରା ଗ୍ରାମର ଉଚ୍ଚବିଦ୍ୟାଳୟରେ ମିଶନ ଶକ୍ତି ତରଫରୁ ହାଉସ କିପିଙ୍ଗ ପାଇଁ ଟେଣ୍ଡର ବାହାରିଥିଲା l ହେଲେ ସେହି ଟେଣ୍ଡରକୁ ଗ୍ରାମର ୨ଟି ଏସ ଏଚ ଜି ଗ୍ରୁପ ଟେଣ୍ଡର ପକାଇଥିଲେ l ଏବଂ ସମସ୍ତ କାଗଜପତ୍ର ବି ଠିକ ସମୟରେ ଦାଖଲ କରିଥିଲେ l ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠି ଙ୍କ କହିବା ଅନୁଯାଇ ତାଙ୍କୁ ତାଙ୍କ ବି ପି ଏ ଗାଇଡ଼ଲାଇନ ଅନୁସାରେ ଗୋଟିଏ ଗ୍ରୁଫ ଗୋଟିଏ କାମ କରୁଥିଲେ ଅନ୍ୟ କାମ କରିପାରିବେ ନାହିଁ l କିନ୍ତୁ ଗାଇଡ଼ ଲାଇନ ଅନୁଯାଇ ଏସ ଏଚ ଜି ଗ୍ରୁପ ଚୟନରେ ଅନିୟମିତତା କରାଯାଇ ତୁଳସୀ ଗ୍ରୁପକୁ ବାଦ ଦିଆଗଲା l ହେଲେ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠି ଙ୍କ ଅଭିଯୋଗ କ୍ରମେ ଗ୍ରାମର ଅନ୍ୟ ଏକ ହେମଳତା ସ୍ୱୟଂ ସହାୟକ ଗୋଷ୍ଠି ନାମକ ଗ୍ରୁପ ଟେଣ୍ଡର ର ଶେଷ ତାରିଖ ସରିଯାଇଥିବା ବେଳେ ଆବେଦନ କରିଥିଲେ ଏବଂ ଉକ୍ତ ଏସ ଏଚ ଜି ଗ୍ରୁପ ଆଗରୁ ଅନ୍ୟ ଏକ ଏମ ଡି ଏମ ମିଲ, କୁକୁଡ଼ା ଫାର୍ମ, ମାଛ ଚାଷ ଓ ଗାଁ କଲ୍ୟାଣ ସଫାଶତୁରା କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ଏହି ହାଉସ କିପିଙ୍ଗ କାର୍ଯ୍ୟରେ ନିଯୁକ୍ତ କରାଯଇଛି l ଏହି ସମସ୍ୟାକୁ ନେଇ ମିଶନ ଶକ୍ତିର ବି ପି ଏ ଓ ବି ପି ସି ଙ୍କୁ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ର ବାଟ ଫିଟାଉ ନଥିବାରୁ ଆଜି ବାଧ୍ୟ ହୋଇ ଏହି ମହିଳା ମାନେ ସମ୍ବଲପୁର ଜିଲ୍ଲାପାଳ ଙ୍କ ଜରିଆରେ ଉପସ୍ଥିତ କର୍ମଚାରୀ ଙ୍କୁ ଦରଖାସ୍ତ ମାଧ୍ୟମରେ ଅଭିଯୋଗ ଆଣି ନ୍ୟାୟ ପାଇଁ ଦାବୀ କରିଛନ୍ତି l