ପୃଥକ ଦୁର୍ଘଟଣା 3 ମୃତ, 31 ଆହତ

ମୋହନା,(ଓ୍ବାଇଏନଏସ): ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣା ରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 31  ଜଣ ଆହତ ହୋଇଛନ୍ତି l ମୃତକ ହେଲେ ଗୁବେଲ ଗାଁର ଶ୍ୟାମ ମାଝୀ, ପୋଡାମାରି ଗାଁର ଗଣେଶ ମହାନ୍ତି ଓ ବଦlକୁଆ ଗାଁର ବିନୋଦ ଗମାଙ୍ଗ l ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ 10 ଜଣ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନାନ୍ତର ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଡାକ୍ତର ପ୍ରଶାନ୍ତ ସାହୁ କହିଛନ୍ତି l ସେମାନେ ହେଲେ ବଦlକୁଆଗାଁର ଜିଆବ ଶବର, ଗୁବେଲ ଗାଁର ପନିନl ମାଝୀ (13), ରଜନୀ ମାଝୀ (28) ଜୋସେଫ ମାଝୀ (13), ସଲମନ ମାଝୀ(16) ରୁଙ୍ଗୁଡ଼lଲୁ ମାଝୀ (60), ଅlଦlଶା ମାଝୀ (62), ଜୁନେସ ମାଝୀ (45), ମାର୍କ ମାଝୀ (42)ଓ ଅଲlନ ନାୟକ (22) l   ଉଭୟ ଥାନାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣା ର ତଦନ୍ତ କରୁଛି l ମଙ୍ଗଳବାର ଅପରାହ୍ନ ପ୍ରାୟ 4 ଟାରେ ଅଡବା ଥାନା ମାଣ୍ଡିମେରା ଡେଙ୍ଗିଲି ଗ୍ରାମରେ ଆୟୋଜିତ ବିବାହ ଭୋଜି ଖାଇ 30 ରୁ ଉର୍ଦ୍ଧ ଲୋକ ଏକ ପିକ ଅପ ଭ୍ୟାନ୍ ରେ ଫେରୁଥିବା ବେଳେ ଲେଖାରିଗାଁ ଘାଟିରେ ଗାଡି ଟି ଭାରସାମ୍ୟ ହରାଇ ଓଲଟି ପଡିଛି l ଏହି ଘଟଣାରେ ଗୁବେଲ ଗାଁର ଶ୍ୟାମ ମାଝୀ(22)  ଙ୍କ ମୃତ୍ୟୁ ହୋଇଥିବା ବେଳେ 27 ଜଣ ଯାତ୍ରୀ ଆହତ ହୋଇଛନ୍ତି l ଆହତ ଙ୍କୁ ବିରିକୋଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ 9 ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ସେହିଭଳି ଗଞ୍ଜାମ ଜ଼ିଲ୍ଲା ପୋଡାମାରି ରୁ ଏକ ରାସନ ବୋଝେଇ ମିନିଟ୍ରକ  ମୋହନା ଅଭିମୁଖେ ଆସୁଥିବା ବେଳେ ଲୁହାଗୁଡ଼ି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଦୁର୍ଘଟଣା ରେ ଡ୍ରାଇଭର ଗାଡି ତଳେ ଚାପି ହୋଇରହିଯାଇଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇଛନ୍ତି l ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳୁ ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ l  ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, l ମୃତ ଡ୍ରାଇଭର ଜଣକ ପାଟପୁର ଥାନା ପୋଡାମାରି ଗ୍ରାମର ଗଣେଶ ମହାନ୍ତି (22) l ସେହିପରି ଅନ୍ତରବା ଡେଙ୍ଗମା ଛକରେ ଏକ ବାଇକ କୁ ପିକ ଅପ ଭ୍ୟାନ ଧକ୍କା ଦେଇଛି l ଫଳରେ ବାଇକ ଆରୋହୀ ବଦlକୁଆ ଗାଁର ବିନୋଦ ଗମାଙ୍ଗ(17) ଙ୍କ ମୃତ୍ୟୁ ଘଟିଛି l  ଏନେଇ ଅଡବା ଏବଂ ମୋହନା ଥାନା ରେ ପୃଥକ ପୃଥକ 3  ମାମଲା ରୁଜୁ ହେବା ସହ ଘଟଣା ର ତଦନ୍ତ ଚାଲିଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠି ଓ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ