ଯୁବ କଂଗ୍ରେସ ଭୟରେ ସାଂସଦ ସୁଲତା ଦେଓଙ୍କ କେନ୍ଦ୍ରାପଡା ଗସ୍ତ ବାତିଲ

କେନ୍ଦ୍ରାପଡ଼ା,୨୨ା୪:ଯୁବ କଂଗ୍ରେସକୁ ଭୟରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି। ଯୁବ କଂଗ୍ରେସର ଜିଲ୍ଲା ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ହିମାଂଶୁ ଭୂଷଣ ନନ୍ଦ କହିଛନ୍ତି କେନ୍ଦ୍ରାପଡ଼ା ବ୍ଲକର ଚକ୍ରୋଡା ଗ୍ରାମ ପଞ୍ଚାୟତରେ ରାଜ୍ୟସଭା ସାଂସଦ ସୁଲତା ଦେଓ ତାଙ୍କ ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ଆଲୋକୀକରଣ ପାଇଁ ମଞ୍ଜୁର କରିଥିଲେ। ହେଲେ ସେହି ଅର୍ଥ ବିନିଯୋଗରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ସେହି ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ଅର୍ଥ ହରିଲୁଟ୍ କରାଯାଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି। ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ପାଇଁ ବୁଧବାର ସୁଲତା ଦେଓଙ୍କ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ହେଲେ ଯୁବ କଂଗ୍ରେସ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରାଯାଇ ଚାନ୍ଦୋଳ ଠାରୁ ଗରାପୁର ଆଇବି ଛକ ପର୍ଯ୍ୟନ୍ତ ରାସ୍ତା କଡରେ ସୁଲତା ଦେଓଙ୍କ ଫଟୋଥିବା ପୋଷ୍ଟର ଲଗାଯାଇ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ସେ କେନ୍ଦ୍ରାପଡ଼ା ଆସିଥିଲେ ତାଙ୍କୁ କଳା ପତାକା ଦେଖାଯିବା ସହ ଅଣ୍ଡାମାଡ କରାଯାଇଥାନ୍ତା ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି। ତେଣୁ ଯୁବ କଂଗ୍ରେସର ଏହି ବିରୋଧ ପ୍ରଦର୍ଶନ ଭୟରେ ଶ୍ରୀମତୀ ଦେଓଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଯୁବ କଂଗ୍ରେସର ଜିଲ୍ଲା ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ନନ୍ଦ ସୂଚନା ଦେଇଛ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ