ଶଶଧର ପଣ୍ଡାର କଳା କାରନାମା : ୫ ନୂଆ ମାମଲାରେ ୫୦ ଲକ୍ଷ ଠକେଇ ଅଭିଯୋଗ

କଟକ, (ଓ୍ବାଇଏନଏସ): ମହାଠକ ଶଶଧର ପଣ୍ଡାର ଖୋଲୁଛି ଗୁମର । ଆଉ ୫୦ ଲକ୍ଷ ଟଙ୍କା ଠକେଇ ନେଇ କଟକ ସିଡିଏ ଥାନାରେ ରୁଜୁ ହୋଇଛି ୫ଟି ନୂଆ ମାମଲା । ବିଶ୍ୱାସରେ ବିଷ ଦେଇ ଏଗ୍ରିମେଣ୍ଟ କରି ଲୋକଙ୍କୁ କଳକାନା ବୁଲାଇଥିଲା ଅଭିଯୁକ୍ତ ଶଶଧର । ସେପଟେ ୫୮ ଲକ୍ଷ ଠକେଇ ମାମଲାରେ ପୁରୀ ନିମାପଡ଼ା ଥାନାରେ ଶଶଧର ବିରୋଧରେ ମାମଲା ରୁଜୁ ହୋଇଛି । ଶଶଧରକୁ ରିମାଣ୍ଡରେ ନେଇ ଠକେଇ ସଂପର୍କରେ ଅଧିକ ଛାନଭିନ୍ କରିପାରେ ପୁଲିସ । ସେହିପରି ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ବାଲିଅନ୍ତା ଥାନା ପୁଲିସ କଟକ ମଙ୍ଗଳାବାଗ ଥାନାକୁ ଅସି ଅଧିକ ତଥ୍ୟ ନେଇପାରେ । କଟକ କମିସନରେଟ ପୁଲିସ ଦ୍ବାରା ଶଶଧର ଗିରଫ ହେବା ପରେ ତା ବିରୋଧରେ ଠକେଇର ତାଲିକା ବଢ଼ିବାରେ ଲାଗିଛି । ଠକାମୀର ଶିକାର ହୋଇଥିବା ଲୋକେ ଥାନାକୁ ଆସି ଏତଲା କରିବାରେ ଲାଗିଛନ୍ତି । ପ୍ରଥମେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୁଲିସ ଶଶଧରକୁ ବାନ୍ଧିବା ପରେ କଳା କାରନମାର ପେଡ଼ି ଖୋଲୁଛି। ଶଶଧର ସାରା ରାଜ୍ୟରୁ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ଠକିଥିବା ପୁଲିସ ଜାଣିବାକୁ ପାଇଛି । ଭଦ୍ରକ ଧୁଷୁରୀ ଅଞ୍ଚଳର ଶଶଧରକଟକ ସିଡିଏ ଅଞ୍ଚଳରେରହୁଥିବା ବେଳେ ନିଜକୁ ବିଭିନ୍ନ ସ୍ଥାନରେ ବିଇଓ, ସମାଜସେବୀ, ରେଲୱେ ଅଧିକାରୀ ଓ ବଡ଼ ବ୍ୟବସାୟୀ ଭାବେ ପରିଚୟ ଦେଇ ଲୋକଙ୍କ ନିକଟବର୍ତ୍ତୀ ହୋଇ ବିଶ୍ୱାସଜନ୍ମାଉଥିଲେ । ପରେ ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ