ଶ୍ରୀ ଗୁରୁଦେବଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ବନ୍ଦେଶ୍ଵର ଗ୍ରାମ ଓ ଚଉରାଶି ମୌଜା ର ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ପୂଜା ପାଇ ଆସୁଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କ ସ୍ନାନ ଯାତ୍ରା ପାରମ୍ପରିକ ରୀତି ନୀତି ଅନୁସାରେ ପାଳିତ ହୋଇଯାଇଛି। ଆଜି ପ୍ରାତଃ ରୁ ନିକଟସ୍ଥ ତୁଳସୀପୁର ଗ୍ରାମ ର ଗ୍ରାମବାସୀ ମାନେ ବନ୍ଦେଶ୍ୱର ଗ୍ରାମ ରେ ପହଞ୍ଚିବା ପରେ ଗୁରୁଦେବ ଠାକୁର ଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପ କୁ ବିଜେ କରିଥିଲେ। ସେଠାରେ ପଣ୍ଡିତ ରବୀନ୍ଦ୍ର ତ୍ରିପାଠୀ ଓ ଶଶିକାନ୍ତ ତ୍ରିପାଠୀ ହୋମ,ଯଜ୍ଞ କରିବା ପରେ କର୍ତ୍ତା ଅବନୀନ୍ଦ୍ର ତ୍ରିପାଠୀ ପ୍ରାଚୀ ନଦୀ ରୁ ୧୦୮ କଳସ ଶୁଦ୍ଧ ଜଳ ଆଣି ଶ୍ରୀ ଗୁରୁଦେବ ଠାକୁର ଙ୍କୁ ସ୍ନାନ କରିଥିଲେ। ସ୍ନାନ କାର୍ଯ୍ୟ ସରିବା ପରେ ପୂଜକ କୈଳାସ ପାଣି ଓ ଚୈତନ୍ୟ ପାଣି ଠାକୁର ଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରିଥିଲେ। ଶେଷରେ ଠାକୁର ଙ୍କୁ ଅଣସର ଗୃହ କୁ ନିଆ ଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ସହଦେବ ମିଶ୍ର,ବନ ବିହାରୀ ଦାଶ, ରଜନୀକାନ୍ତ ତ୍ରିପାଠୀ, ନବଘନ ସାହୁ, ଡମ୍ବରୁ ମିଶ୍ର,ଚନ୍ଦ୍ରଶେଖର ମହାପାତ୍ର, ଅନିରୁଦ୍ଧ ତ୍ରିପାଠୀ, ଆଦିତ୍ୟ ଶଙ୍କର କର,ରଞ୍ଜିତ ସାହୁ,କଳ୍ପତରୁ ସାହୁ, ସରୋଜ ଦାଶ, ସିବୁଲା ତ୍ରିପାଠୀ, ରବୀନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ ଚାରିଛକ ନିକଟସ୍ଥ ଓରପଟ ଓ ଚକୋରଡ଼ା ଗ୍ରାମ ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ରେ ମଧ୍ୟ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା।


