ଟିକିରିରେ ଅଚଳ ହୋଇ ପଡ଼ିଛି ସୋଲାର ଲାଇଟ୍: ସଜାଡ଼ିବା ପାଇଁ ଦାବୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସାହି ଓ ମୁଖ୍ୟ ରାସ୍ତା ରେ ସୋଲାର ଲାଇଟ୍ଅଚଳ ହୋଇ ପଡ଼ିଥିବାରୁ ଲୋକେ ରାତ୍ର ଯାତାୟାତ କରିବାରେ ଅସୁବିଧା ସମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗତ ଏକ ବର୍ଷ ପୂର୍ବେ ପଞ୍ଚାୟତ ଓ ଘୋରଇ କମ୍ପାନୀ ପକ୍ଷରୁ ସଲାର ଲାଇଟ୍ ଗୁଡ଼ିକ ଲୋକଙ୍କ ସୁବିଧା ପାଇଁ ରାସ୍ତା କଡ଼ରେ ଲଗାଯାଇଥିଲା । ଗୋଟିଏ ବର୍ଷ ଲୋକେ ଆଲୁଅ ର ସୁବିଧା ପାଇ ଆସୁଥିଲେ । କିନ୍ତୁ ଏବେ ଟିକିରି ମୁଖ୍ୟ ରାସ୍ତା ଥିବା କିଛି ଲାଇଟ୍ ଓ ବିଭିନ୍ନ ସାହିରେ ଥିବା ଲାଇଟ୍ ଏବେ ଅଚଳ ହୋଇ ପଡ଼ିରହିଛି ।ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବିଭିନ୍ନ ସରକାରୀ ବାବୁ ଓ କମ୍ପାନୀ ଅଧିକାରୀ ଯିବା ଆସିବା କରୁଛନ୍ତି କିନ୍ତୁ ଏହି ସୋଲାର ଲାଇଟ୍ କାହିଁକି ଅଚଳ ହୋଇ ପଡ଼ିରହିଛି କାହାପାଖରେ ନଜର ପଡ଼ୁ ନଥିବାରୁ ସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି।କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଲାର ଆଲୁଅ ବ୍ୟବସ୍ତା କରାଯାଇଥିଲେବି ଭଲକରି ଜଳୁ ନଥିବାରୁ ଏବବୁଦ୍ଧି ଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। କିନ୍ତୁ ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଏହି ସବୁ ଲାଇଟ୍ ଅଚଳ ପଡ଼ିରହିଛି। ତେଣୁ ଏଥି ପ୍ରତି ବ୍ଳକ ପ୍ରସାଶନ କିମ୍ବା ଜିଲ୍ଲା ପ୍ରଶାସନ କିମ୍ବା କମ୍ପାନୀ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଈ ମରାମତି କରି ଆଲୁଅ ର ବ୍ୟବସ୍ତା କରିବା ପାଇଁ ସାଧାରଣ ରେ ଦାବି ହେଉଛି।


