ଟିଲୋ ମଧୁପୁରରେ ବାସନ୍ତୀକ ଦୁର୍ଗା ପୂଜା ଉଦ୍‌ଯାପିତ

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ମଧୁପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ବାସନ୍ତୀକ ଦୁର୍ଗା ପୂଜା ସୋମବାର ଉଦ୍‌ଯାପିତ ହୋଇଯାଇଛି । ନିଟକସ୍ଥ କପାଳୀ ନଦୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଜେନ୍ଦ୍ର ସ୍ୱାଇଁ, ରଞ୍ଜନ ସ୍ୱାଇଁ, ଦେବବ୍ରତ ସ୍ୱାଇଁ, ଜିତେନ୍ଦ୍ର ସ୍ୱାଇଁ, ଦୀପଙ୍କର ସ୍ୱାଇଁ, ପ୍ରଫୁଲ୍ଲ ରାଉତ, ଶକ୍ତିଧର ରାଉତ, ପୂର୍ଣ୍ଣ ଚନ୍ଦ୍ର ରାଉତ, ନିରାକର ରାଉତ, ସତ୍ୟ ନାରାୟଣ ରାଉତ, ଗୋବିନ୍ଦ ରାଜ ପ୍ରମୁଖ କଳସ ଆଣିଥିଲେ । ଶୁକ୍ରବାର କଳସ ଯାତ୍ରା, ଶନିବାର ଅଷ୍ଟମୀ ପୂଜା, ସନ୍ଧି ବଳୀ, ଚଣ୍ଡିପାଠ, ରବିବାର ନବମୀ ପୂଜା, ଚଣ୍ଡୀପାଠ, କୁମାରୀ ପୂଜା, ପୂର୍ଣ୍ଣାହୂତି, ସୋମବାର ଦଶହରା, ନିର୍ମାଲ୍ୟ ବାସିନୀ ପୂଜା, ସୋମନାଥ ପୂଜା, ଘଟ ବିସର୍ଜ୍ଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ସୁଶାନ୍ତ ଶେଖର ସ୍ୱାଇଁ, ଶତାବ୍ଦୀ ସ୍ୱାଇଁ ଥିବା ବେଳେ ପୂଜକ ହରେକୃଷ୍ଣ ପତି ପୂଜା ଦାୟୀତ୍ୱ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଧାଂଶୁ ଶେଖର ସ୍ୱାଇଁ, ହିମାଂଶୁ ଶେଖର ସ୍ୱାଇଁ, ଚିତ୍ତ ରଞ୍ଜନ ସ୍ୱାଇଁ, ମୀତକେତନ ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ