ଗୋପାଳଜୀଉ ମନ୍ଦିର ରେ ଶ୍ରୀକୃଷ୍ଣ ଜନ୍ମ ଅନୁଷ୍ଠିତ

ନାଉଗାଁ ,(ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ଗ୍ରାମର ଏହି ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର। ଏହି ମନ୍ଦିର ବ୍ରିଟିଶ ଅମଳ ରୁ ସ୍ଥାପିତ ବହୁ ପୁରାତନ ମନ୍ଦିର | ବିଶ୍ୱାସ ରହିଛି ଗୋପାଳ ଠାକୁରଙ୍କୁ ଲହୁଣୀ ଟିକେ ଦେଇ ମାନସିକ ରଖିଲେ ତାହା ସଙ୍ଗେ ସଙ୍ଗେ ପୂରଣ ହୋଇଥାଏ। ଏହି ବିଶ୍ୱାସ ନେଇ ବହୁ ଶ୍ରଦ୍ଧାଳୁ ପ୍ରତି ଦିନ ମନ୍ଦିରକୁ ଆସି ଥାନ୍ତି । ଶୁକ୍ରବାର ଜନ୍ମାଷ୍ଟମୀ ଦିନ ନିୟମାନୁସାରେ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇ ମଧ୍ୟ ରାତ୍ରିରେ ନାଭିକଟା ନୀତି ବହୁ ଆଡମ୍ବର ରେ ପାଳିତ  ହୋଇଥାଏ। ଏହାକୁ ଦେଖିବା ପାଇଁ ଆଖପାଖ ରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି । ଏହାର ମୁଖ୍ୟ ପୂଜକ ନାରାୟଣ ପଣ୍ଡା ପ୍ରତିଦିନ ନୀତିକ୍ରାନ୍ତି ସହିତ ଜନ୍ମାଷ୍ଟମୀ ପାଇଁ  ପୂଜା ସତନ୍ତ୍ର ହୋଇଥାଏ | ଏହି ମନ୍ଦିର ଗୋପାଳଜୀଉ ଟ୍ରଷ୍ଟ ଗଜରାଜପୁର ଅଧୀନରେ ରହିଛି। ଏଥିରେ ପୂର୍ବତନ ସରପଞ୍ଚ ଆର୍ତ୍ତତ୍ରାଣ ଦାସ , ପୂର୍ଣ୍ଣ ଚନ୍ଦ୍ର ଦାସ , ଜ୍ଞାନ ରଞ୍ଜନ ଦାସ, ଅଶୋକ ବାହାଲିଆ ,  ସୂର୍ଯ୍ୟ ନାରାୟଣ ଦାସ  ଏବଂ ଗ୍ରାମର ଯୁବକ ମାନେ ମନ୍ଦିରର ପ୍ରତି କାର୍ଯ୍ୟ ରେ ସହଯୋଗ କରିଥାନ୍ତି । ସେହିପରି  ଅଲଣା ପଞ୍ଚାୟତ ଅଧୀନ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ରାଧା କୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି ମନ୍ଦିର ରେ ଦିନସାରା  ନାମ ସଂକୀର୍ତ୍ତନ ଓ ରାତିରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ରେ ପୂଜାର୍ଚ୍ଚାନ କରାଯାଇ ଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ