ରାଷ୍ଟୀୟ ଏକତା ଦିବସ ପାଳିତ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ପୋଲିସ ପ୍ରଶାସନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ରନ ଫୋର ୟୁନିଟି କାର୍ଯ୍ୟକ୍ରମରେ ଗଣଦୌଡ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଗଣଦୌଡ କାର୍ଯ୍ୟକ୍ରମରେ ଅତିଥିଭାବେ ମୁନିଗୁଡା ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତି, ତହସିଲଦାର ଏମ୍.ଅନୁରାଧା,ରେଞ୍ଜର ପ୍ରବୀଣ ଦାସ,ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲି ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡଟି ମୁନିଗୁଡାର ଗୁଣ୍ଡିଚା ମନ୍ଦିର ଛକ ଠାରୁ ପୋଲିସ ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁନିଗୁଡାର ଅନେକ ଯୁବଗୋଷ୍ଠୀ,ସାମାଜିକ କାର୍ଯ୍ୟକର୍ତ୍ତା, ବ୍ୟବସାୟୀ, ଅଧ୍ୟାପକ,ଶିକ୍ଷକ, ଶ୍ରମିକ, ଗଣମାଧ୍ୟମ ପ୍ରତିନିଧି,ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଯୁବକ ସଂଘର ସଦସ୍ୟ,ବିଭିନ୍ନ ରାଜନୋତିକ ଦଳର ନେତୃବୃନ୍ଦ ଓ ବନ ବିଭାଗ ଓ ପୋଲିସ କର୍ମଚାରୀ ମାନେ ଭାଗ ନେଇଥିଲେ। ଏହି ଗଣଦୌଡ଼ରେ ସାନ ପାତ୍ର ପ୍ରଥମ,ବଣ୍ଟି ରାହୁଲ ଦ୍ଵିତୀୟ ଓ ସୋନୁ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ପୋଲିସ ଥାନା ପରିସରରେ ଥାନା ଅଧିକାରୀ ଶ୍ରୀ ସାଗରଙ୍କ ସଭାପତିତ୍ୱ ଓ ମଞ୍ଚ ପରିଚାଳକ ଉତ୍ତମ କୁମାର ଦାସଙ୍କ ମିଳିତ ସଂଯୋଜନାରେ ଏକ ସାଧାରଣ ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବନ୍ଦେ ମାତରଂ ଗାନ କରାଯାଇଥିଲା। ପରେ ଥାନା ଅଧିକାରୀ ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପରେ ସର୍ଦାର ବଲ୍ଲଭଇ ପଟେଲଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ରାଷ୍ଟ୍ରୀୟ ଏକତା ଆଉ ରାଷ୍ଟ୍ରର ସୁରକ୍ଷା ଏକ ମୁଦ୍ରାର ଦୁଇ ପାର୍ଶ୍ବ,ଏଣୁ ସମସ୍ତ ନାଗରିକ ରାଷ୍ଟ୍ର ହିତରେ ଐକ୍ୟବଧ୍ୟ ହୋଇ ଆଗେଇ ଆସିବାକୁ ଅତିଥିମାନେ ଯୁବାବର୍ଗଙ୍କୁ ଆହ୍ଵାନ କରିଥିଲେ। ପରେ ଜାତୀୟ ଏକତା ସମ୍ପର୍କିତ ଶପଥ ପାଠ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ଥାନା ଏସଆଇ ଉର୍ମିଳା ସେଠି, ଜ୍ୟୋଚିନ୍ଦ୍ର ସାହୁ,ମହେନ୍ଦ୍ର ହାଁସଦା,ମନୋରଞ୍ଜନ ବିଶ୍ୱାଳ,ଏଫ.ଏ.ମହମ୍ମଦ, ରବିନାରାୟଣ ସ୍ୱାଇଁ,ହୋମଗାର୍ଡ ପ୍ଲାଟୁନ କମାଣ୍ଡେଣ୍ଟ ସନ୍ତୋଷ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟମାନେ ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ