କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ ସଫଳ ଆୟୋଜନ ପାଇଁ ସହଯୋଗୀଙ୍କୁ କୃତଜ୍ଞତା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ପରିସରରେ ଗୁରୁବାର ଜୋନାଲ୍ ସ୍ତରୀୟ କ୍ରୀଡ଼ା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏଥିରେ ଜୋନ୍‌ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ଓ କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ପଡ଼ିଆରେ ପ୍ରତିଯୋଗୀଙ୍କ ଉତ୍ସାହ ଓ ପ୍ରତିଦ୍ୱନ୍ଦ୍ୱିତା ଉତ୍ସବକୁ ଅଧିକ ରୋମାଞ୍ଚକର କରିଥିଲା। ଉତ୍ସବରେ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ ଡୋକି ସରୋଜିନୀ, ଏସ୍‌ଏମ୍‌ସି ସଭାପତି ପ୍ରଭାତ କୁମାର ଗୌଡ଼ ଏବଂ ବ୍ଲକ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ଏହାର ଭୂମିକା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଜୋନାଲ୍ ସେକ୍ରେଟାରୀ ସନ୍ତୋଷ କୁମାର ସାହୁଙ୍କ ସମେତ କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୁତି ମିଶ୍ର, କ୍ରୀଡ଼ା ଶିକ୍ଷକ ଅମିତ ପ୍ରଧାନ, ନକୁଳ ପ୍ରଧାନ, ନିରଞ୍ଜନ ରାଉତ, ନଙ୍ଗାରାମ ହାଁସଦା ଓ ପ୍ରଭାତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ରେଜିଷ୍ଟ୍ରେସନ ଦାୟିତ୍ୱ ସୁଷଗିନି ପ୍ରଧାନ, ଝରଣା ଦାସ ଓ ପ୍ରଭାତ କୁମାର ଗୌଡ଼ ତୁଲାଇଥିଲେ। ସମସ୍ତଙ୍କ ଉପସ୍ଥିତି, ସହଯୋଗ ଓ ମାର୍ଗଦର୍ଶନ ଯୋଗୁଁ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସଫଳ ଆୟୋଜନ ପାଇଁ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସହଯୋଗୀଙ୍କୁ ଆୟୋଜକଙ୍କ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ