କାକଟପୁର ପ୍ରେସ କ୍ଲବରେ ସମ୍ବର୍ଦ୍ଧିତ ହେଲେ ଯୁବ ନେତା ରାକେଶ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତର ଯୁବ ନେତା ରାକେଶ ବିଶ୍ୱାଳ ଓରଫ ରିଙ୍କୁ। ନାମଟା ଏବେ ଅସ୍ତରଙ୍ଗ-କାକଟପୁର ଅଞ୍ଚଳରେ ସମସ୍ତଙ୍କ ମୁହଁରେ। କାରଣ ସେ କେବଳ ଜଣେ ରାଜନେତା ନୁହଁନ୍ତି ଜଣେ ସେବକ। ଛାତ୍ର ଜୀବନରୁ ସେବା ମନୋବୃତ୍ତି ନେଇ ରାଜନୀତି ଆରମ୍ଭ କରିଥିଲେ। ଆଉ ଆଜି ସେହି ସେବା ତାଙ୍କୁ ସମ୍ମାନ ଆଣି ଦେଇଛି। ରାକେଶ ଏବେ ଜଗତସିଂହପୁର ସାଂସଦଙ୍କ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ସେବା ହିଁ ତାଙ୍କର ପରିଚୟ। ଯେଉଁଠି ଯିଏ ଅସୁସ୍ଥ, ଯେଉଁଠି ସ୍ୱାସ୍ଥ୍ୟ ସେବାରେ ଅବହେଳା ସେଠି ପହଞ୍ଚି ଯାଆନ୍ତି ରାକେଶ। ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀଙ୍କ ସୁବିଧା ଅସୁବିଧା ବୁଝନ୍ତି ଡାକ୍ତର ଓ ପ୍ରଶାସନ ସହ କଥା ହୋଇ ସମାଧାନ କରନ୍ତି। ତେଣୁ ସମସ୍ତଙ୍କ ପ୍ରିୟ ପାଲଟିଛନ୍ତି ରିଙ୍କୁ। କେବଳ ସରକାରୀ ଦାୟିତ୍ୱ ନୁହେଁ ସାମାଜିକ ସେବାରେ ମଧ୍ୟ ଆଗରେ। ସେ ସିଦ୍ଧିବିନାୟକ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ଗରିବ ଅସହାୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ବିଭିନ୍ନ ସହାୟତା ଯୋଗାଇ ଆସୁଛନ୍ତି। ଆଉ ଏହି ସେବା ମନୋବୃତ୍ତିକୁ ସମ୍ମାନ ଜଣାଇଛି କାକଟପୁର ପ୍ରେସ କ୍ଲବ। କାକଟପୁର ପ୍ରେସ କ୍ଲବ ଦ୍ୱାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ଉତ୍ସବରେ ରାକେଶଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇଥିଲେ। ନିଜ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରତିନିଧି ଭାବେ ନିଯୁକ୍ତ ହୋଇଥିବା ରାକେଶଙ୍କୁ ସାଂସଦ ନିଜେ ସମ୍ବର୍ଦ୍ଧିତ କରିଥିଲେ। ଏହା ଥିଲା ରାକେଶଙ୍କ ପାଇଁ ଖୁସିର ମୁହୂର୍ତ୍ତ। ସାଂସଦ କହିଥିଲେ ରାକେଶ ଭଳି ଯୁବକ ସମାଜ ପାଇଁ ଆବଶ୍ୟକ। ତାଙ୍କ ସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା। ପ୍ରେସ କ୍ଲବର ସମସ୍ତ ସଦସ୍ୟ ମଧ୍ୟ ରାକେଶଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ସମ୍ମାନ ପରେ ରାକେଶ କହିଛନ୍ତି, ମୁଁ ସେବା ପାଇଁ ରାଜନୀତିକୁ ଆସିଛି ପଦ ପାଇଁ ନୁହେଁ। ସାଂସଦଙ୍କ ଭରସା ଓ ଲୋକଙ୍କ ଭଲପାଇବା ମୋତେ ଆହୁରି କାମ କରିବାକୁ ପ୍ରେରଣା ଦେବ। ଛାତ୍ର ଜୀବନରୁ ଆରମ୍ଭ ହୋଇଥିବା ରାକେଶଙ୍କ ଏହି ସେବା ଯାତ୍ରା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ