ଜୁଲାଇ 10 ଠାରୁ ସମୂହ ଛୁଟିରେ ଯିବେ ଯୋଗାଣ ସହାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଯୋଗାଣ ସହାୟକମାନେ ଆଗାମୀ ଜୁଲାଇ 10 ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ଘୋଷଣା କରିଛନ୍ତି. ଯଦ୍ୱାରା ଜୁଲାଇ 10 ତାରିଖ ଠାରୁ ଗଜପତି ଜିଲ୍ଲାରେ ଖାଦ୍ୟଶସ୍ୟ ବା ରାସନ ବଣ୍ଟନ ବ୍ୟବସ୍ଥା ଅଚଳ ହୋଇ ପଡିବାର ସମ୍ଭାବନା ଦେଖାଦେଇଛି. ଗଜପତି ଜିଲ୍ଲାର ଯୋଗାଣ ସହାୟକମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତିଯେ, ଗତ ୧୪ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି | ସମାନ କାମକୁ ସମାନ ଦରମା, ଚାକିରିର ସ୍ଥାୟୀକରଣ ସମେତ ବିଭିନ୍ନ ଦାବି ନେଇ ବାରମ୍ବାର ସରକାର ଓ ପ୍ରଶାସନଙ୍କୁ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଓଲଟା ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅତିରିକ୍ତ ଦାୟିତ୍ଵ କ୍ରମାଗତ ଭାବେ ଯୋଗାଣ ସହାୟକମାନଙ୍କ ଉପରେ ଲଦି ଦେଉଛନ୍ତି। ତେବେ ସମସ୍ତ ଦାୟିତ୍ବକୁ ସେମାନେ ନିଷ୍ଠାର ସହ ପାଳନ କରୁଥିଲେ ମଧ୍ୟ ସେମାନଙ୍କ ସେବାର ଯଥୋଚିତ ମୂଲ୍ୟ ପାଇପାରୁ ନାହାନ୍ତି। ଜୁଲାଇ ଓ ଅଗଷ୍ଟ ମାସର ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟରୁ ବିରତ ରହିବାକୁ ସଂଘ ନିଷ୍ପତ୍ତା ନେଇଥିବା ବେଳେ ଏହି ଦୁଇ ମାସର ବଣ୍ଟନ ପାଇଁ କୌଣସି ପ୍ରକାର ଚାପ ସୃଷ୍ଟି ନ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଛି ସଂଘ। ୧୦ ଜୁଲାଇ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କଲେ ରାଜ୍ୟ ସଂଘର ନିଷ୍ପତ୍ତ ଅନୁଯାୟୀ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗଜପତି ଜିଲ୍ଲା ଯୋଗାଣ ସହାୟକ ସଂଘ ତରଫରୁ ସୂଚନା ଦିଆଯାଇଛି. ଫଳରେ ଖାଦ୍ୟଶସ୍ୟ ବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ