କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଡିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପିତବାସ ଜେନାଙ୍କ ସଭାପତିତ୍ୱ ତଥା ସିଆରସିସି ଗୌତମ କୁମାର ଭୂୟାଁଙ୍କ ମଞ୍ଚ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରେକୃଷ୍ଣ ଆପଟ୍ଟ, ଏବିଇଓ ଭାଗିରଥୀ ପାତ୍ର, ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କର, ଗୟାଧର ଦାସ, ସୁଧାକର ବଳ, ପରିଚାଳନା କମିଟି ଅଧ୍ୟକ୍ଷ ମଧୁ ସୂଦନ ଶଙ୍ଖୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସୁଗୁଣର ଅଧିକାରୀ କରାଉଛି ବୋଲି କହିଥିଲେ । ଏହି ଅବସରରେ କ୍ଲଷ୍ଟର ଅଧିନ ୧୨ ସ୍କୁଲର ୨ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ୨୬ ବିଭାଗରେ ପ୍ରତିଯୋଗିତା କରାଯାଇଥିଲା । ବିଚାରକ ଭାବେ ହୃଷିକେଷ ମିଶ୍ର, ଲାଲମୋହନ ପୁହାଣ, ଉମାକାନ୍ତ ରାଉତ, ଭାଗିରଥି ସେଠୀ, ନାରାୟଣ ରାଉତ, ସିଦ୍ଧେଶ୍ୱର ପଣ୍ଡା ଦାୟୀତ୍ୱ ତୁଲାଇ ଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଆଶାଲତା ରାଜ୍, ବନଲତା ଦାସ, ସସ୍ମିତା ଦାସ, ପ୍ରାଚୀପ୍ରଭା ନାୟକ, ସୁଷମା ମଲ୍ଲିକ୍, ଲୀନାରାଣୀ ସାହୁ, ଜାନକୀ ପାଲ୍, ପ୍ରକାଶ ଚନ୍ଦ୍ର ସାହୁ, ଆଲୋକ ରଞ୍ଜନ ମୁଖାର୍ଜୀ ସହଯୋଗ କରିଥିଲେ ।