ମିସଡକଲ ମାରିଲେ ମିଳୁଛି ମଦ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ଅଧିନ ବିଭିନ୍ନ ଗ୍ରାମରେ ଚୋରାମଦ କାରବାର ବୃଦ୍ଧି ପାଇବାରେ ଲାଗିଛି ।ଯାହାକି ମିସଡ କଲ୍ ମାରିଲେ ଠିକଣା ଜାଗାରେ ମଦ ପହଁଚି ଯାଉଛି ।ଦୁଃଖ ଓ ପରିତାପର ବିଷୟ ଏହାକୁ ତଦାରଖ କରିବା ପାଇଁ ଅବକାରୀ ବିଭାଗ ଦାୟିତ୍ୱରେ ରହିଥିବା ବେଳେ ନିମାପଡ଼ା ରେ କାର୍ଯ୍ୟାଳୟ ଥିବାରୁ ଚୋରା ମଦ ଧରିବା କଷ୍ଠକର ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ପୁଲିସ ଲୋକ ଦେଖାଣିଆ ଚଢ଼ାଉ କରି ମାମଲା ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଟି ୧୫ଗୋଟି ପଞ୍ଚାୟତ କୁ ନେଇ ହୋଇଥିବା ବେଳେ ଗ୍ରୀଷ୍ମ ଦିନରେ ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଛି ।କିନ୍ତୁ ଗାଁ ଠାରୁ ବଜାର ପର୍ଯ୍ୟନ୍ତ ଚୋରା ମଦ ଅତି ସହଜରେ ମିଳି ଯାଉଛି ।ଗାଁରେ ଛୋଟ କେଭିନ ଟିଏ ହେଉ କି ଛକରେ ବଜାରରେ ଥିବା ପାନ ଦୋକାନ ଠାରୁ ଆରମ୍ବ କରି ରାସନ ଦୋକାନ ପ୍ରଯ୍ୟନ୍ତ ସବୁଠି ମଦ ମିଳୁଛି ।ଏପରିକି ଛୋଟ ବଡ଼ ହୋଟେଲ ରେ ମଧ୍ୟ ନିଧଡକ ଭାବେ ମଦ ବିକ୍ରି ଚାଲିଛି ।ସବୁ ଜାଣି ଅଜଣା ସାଜିଛି ଅବକାରୀ ବିଭାଗ ସହ ସ୍ଥାନୀୟ ପୁଲିସ କୋମାରେ ରହିଛି ।ଅସ୍ତରଙ୍ଗ ବ୍ଲକରେ ସରକାରୀ ଭାବେ ତାଳଦା ପଞ୍ଚାୟତ ରେ ଗୋଟିଏ ସରକାରୀ ବିଦେଶୀ ମଦ ଦୋକାନ ଥିବା ବେଳେ ଅସ୍ତରଙ୍ଗ ମୁଖ୍ୟ ବଜାରରେ ତ୍ରିଭୁଜ ଆକାରରେ ତିନୋଟି ବିଦେଶୀ ମଦ ଦୋକାନ ରହିଛି । ଆଶ୍ଚର୍ଯ୍ୟ ବିଷୟ ପଞ୍ଚାୟତ ପିଛା ୫ରୁ ୧୦ ଲେଖାଏଁ ହିସାବରେ ବ୍ଲକ ଅଧୀନରେ ପ୍ରାୟ ୩ଶହ ରୁ ଉର୍ଦ୍ଧ ଚୋରା ମଦ ଦୋକାନ ଖୋଲିଛି ।ଦୈନିକ ଗ୍ରାହକଙ୍କ ଚାହିଦା ଅନୁଯାଇ ଉକ୍ତ ଚୋର ମଦ ଦୋକାନକୁ ମିସିଡ କଲ ମାରିଲେ ବସିଥିବା ସ୍ଥାନରେ ଆସି ମଦ ପହଁଚି ଯାଉଛି ।ଅବଶ୍ୟ ବ୍ଲକ ଅଧିନ ଗୋଟିଏ ଦୁଇଟି ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ ହେବାରୁ ସେଠାରେ କିଛି ମାତ୍ରାରେ ମଦ ବିକ୍ରି କମିଛି ।କିନ୍ତୁ ଏବେ ବି ଶତାଧିକ ଚୋରା ମଦ ଦୋକାନରେ ଏମିତିକି ଫାଷ୍ଟଫୁଡ଼ ଦୋକାନରେ ପେଟି ପେଟି ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।ଚୋରା ମଦ ରୋକିବାକୁ ଅବକାରୀ ବିଭାଗ ଦାୟିତ୍ୱରେ ଥିବାବେଳେ କିନ୍ତୁ ଅଧିକାରୀ ନିଦାଵିଷ୍ଣୁ ପାଲଟିଛନ୍ତି ।ଅନ୍ୟପଟେ ଲୋକ ଦେଖାଣିଆ ଅବକାରୀ ମାମଲା ରୁଜୁ କରିବା ପାଇଁ ଅଳ୍ପ ପରିମାଣର ଚୋରା ମଦ ଧରି ମାମଲା ସଂଖ୍ୟା ବୃଦ୍ଧି କରିବା ସହ ଚୋରା ମଦ ବ୍ୟବସାୟୀ ଙ୍କ ସହ ମିଲିଭଗତରେସ୍ଥାନୀୟ ପୁଲିସ ଜାରି ରଖିଛି । ଯାହା ଚର୍ଚ୍ଚା ହେଉଛି ସ୍ଥାନୀୟ ପୁଲିସ ଚୋରା ମଦ ବ୍ୟବସାୟୀ ଙ୍କ ଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ପାଈଁ ନିରବ ବସୁଛିlସ୍ଥାନୀୟ ବାସୀନ୍ଧା ଦାବି କରିଛନ୍ତି ଏ ଘଟଣାକୁ ଉଚ୍ଚ ସ୍ତରୀୟ ଅଧିକାରୀ ଗୁରୁତ୍ୱ ସହନେଇ ଚୋରା ମଦ ବେପାର ବନ୍ଦ କରିବା ସହ କୋଚିଆ ଙ୍କ ସହ ଭିତିରି ବୁଝାମଣା ଥିବା ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।


