ଶିକ୍ଷକ ସଂଗଠନ ତରଫରୁ ନବ ନିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠନ ତଥା ଶାଳଣିଆଁ ଓ ସଡ଼ଙ୍ଗ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ନୂତନ ଭାବରେ ପଦୋନ୍ନତି ପାଇଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ସଡ଼ଙ୍ଗରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିବା ମୃତ୍ୟୁଞ୍ଜୟ ପଲେଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେ ଜଣେ ଛାତ୍ରବତ୍ସଳ ଓ ଅମାଇକ ଓ ଆଦର୍ଶ ବ୍ୟକ୍ତି ଭାବେ ଶାଳଣିଆଁ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଛନ୍ତି । ଏହା ପୂର୍ବରୁ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ କଳିଙ୍ଗାରେ ସର୍ବାଙ୍ଗୀନ ଉନ୍ନତି କରିବାରେ ପ୍ରମୁଖ ଭୂମିକା ତୁଲାଇ ଥିଲେ। ତାଙ୍କ ଆଗମନରେ ଉକ୍ତ ବିଦ୍ୟାଳୟରେ ସର୍ବଙ୍ଗୀନ ଉନ୍ନତି ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ଓ ବିଶ୍ଵାସ ରଖିଛନ୍ତି । ଏୟୁ.ପି.ଟି.ଏଫ୍ ହାଟଡିହି ଶାଖାର ଶ୍ରୀକାନ୍ତ ବିଶ୍ୱାଳ, ପ୍ରଦୀପ କୁମାର ନାୟକ, ରଞ୍ଜନ କୁମାର ପ୍ରଧାନ, ଓଲଷ୍ଟା ର ଶିକ୍ଷକ ଶ୍ରୀ ପ୍ରକାଶ କୁମାର ଦାସ, ବାଦଲ ଜେନା, ବାଣୀ ବନ୍ଦନା ପଟ୍ଟନାୟକ ଏବଂ ରବିନ୍ଦ୍ର କୁମାର ଦାସଙ୍କ ସମେତ ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ନୂତନ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଅଭିଭାବକ, ସ୍କୁଲ କମିଟି ସଦସ୍ୟ ଓ ଗ୍ରାମବାସୀ ଯୋଗ ଦେଇ ନବ ନିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ଉଚ୍ଚ ପ୍ରଶଂସା କରିଥିଲେ।


