ଅସ୍ତରାଗର ବର୍ଣ୍ଣବିଭା ଉନ୍ମୋଚିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମା ଦୁଆରଶୁଣିଙ୍କ ପୀଠରେ ଇଂ ନରେନ୍ଦ୍ର କୁମାର ନାୟକଙ୍କ ୨ୟ କବିତା ସଂକଳନ ‘ଅସ୍ତରାଗର ବର୍ଣ୍ଣବିଭା’ ପୁସ୍ତକଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ କବି ଅନନ୍ତ ଚରଣ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟଙ୍ଗକବି ମୁରଲୀଧର ବେହେରା, ସମ୍ବାଦ ସାହିତ୍ୟଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସହ ସମ୍ପାଦକ ନାରାୟଣ ସାହୁ, ବରିଷ୍ଠ କବି ନାରାୟଣ ଚନ୍ଦ୍ର ଲେଙ୍କା, ହରିହର ସାମଲ, ରମାକାନ୍ତ ଜେନା, ସୁରେନ୍ଦ୍ର କୁମାର ପରିଡା, ମଧୁସୁଦନ ନାୟକ, ବାବାଜୀ ଚରଣ ବିଶ୍ୱାଳ, ସୁରେନ୍ଦ୍ର କୁମାର ନାୟକ, ଅମୀୟ ରଞ୍ଜନ ନାୟକ, ଗୌରୀ ପ୍ରଭା ନାୟକ, ରଶ୍ମି ନାୟକ, ତିଳୋତ୍ତମା ନାୟକ, ଶ୍ଵେତା ନାୟକ, ଅର୍ପିତା ନାୟକ, ସ୍ପନ୍ଦିତା ନାୟକ, ଅଙ୍କିତା ନାୟକ ପ୍ରମୁଖ ଯୋଗଦେଇ ପ୍ରାରମ୍ଭରେ ମା ଦୁଆର ଶୁଣିଙ୍କ ନିକଟରେ ପୂଜାର୍ଚନା କରିବା ପରେ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ୧୧୯ ପୁଷ୍ଠାର ପୁସ୍ତକରେ ୪୬ ଟି କବିତା ସ୍ଥାନ ପାଇଛି। ପୁସ୍ତକଟି ନିଶ୍ଚିତ ପାଠକୀୟ ଆଦୃତ କରିବ ବୋଲି ଲେଖକ ଇଂ ନରେନ୍ଦ୍ର କୁମାର ନାୟକ ଓ ପ୍ରକାଶିକା ଗୌରୀପ୍ରଭା ନାୟକ ଆଶା ବ୍ୟକ୍ତ କରିଛନ୍ତି।


