ଆହତଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ନିକଟରେ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ଆଜି ସନ୍ଧ୍ୟାରେ ଆନନ୍ଦପୁର ବିଧାୟକ ଏକ ବିବାହ ଭୋଜିକୁ ଯାଉଥିବା ବେଳେ ହାଟଡିହି ନିକଟରେ ଆମ୍ବୋ ପଞ୍ଚାୟତ ଜଳହରୀ ଗ୍ରାମର ରତ୍ନାକର ଜେନା ନାମକ ଜଣେ ବ୍ୟକ୍ତି ଦୁର୍ଘଟଣା ର ଶିକାର ହୋଇ ତଳେ ପଡ଼ିଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ବିଧାୟକଙ୍କ ଏପରି ମହନୀୟତାକୁ ସର୍ବ ସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ