ମା “ମଙ୍ଗଳା ଦର୍ଶନ ରୁ ଆରମ୍ଭ ନୂଆବର୍ଷ : ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :ବଦଳି ଯାଇଛି କ୍ୟାଲେଣ୍ଡର । ସବୁଠି ଖୁସି, ସବୁଠି ଉତ୍ସାହ। ୨୦୨୫ବିଦାୟ ଦେଇ ୨୦୨୬କୁ ସମସ୍ତେ ସ୍ୱାଗତ କରିଛନ୍ତି । ନୂଆବର୍ଷ ରେ ପ୍ରାତଃ ରୁ ମା “ଆଶୀର୍ବାଦ କୃପା ଲାଭ କରି ବର୍ଷ ଆରମ୍ଭ କରିବାକୁ ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ଜଗତଜନନୀ ମା “ମଙ୍ଗଳା ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରାତଃ ରୁ ମା “ଙ୍କ ସକାଳ ଧୂପ, ମଇଲମ, ଅବକାଶ ନୀତି ସମେତ ବିଭିନ୍ନ ନୀତିକାନ୍ତି ପରେ ମା “ଙ୍କୁ ଦର୍ଶନ କରୁଛନ୍ତି ଶତାଧିକ ଶ୍ରଦ୍ଧାଳୁ। ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଟ ମାଧ୍ୟ୍ୟମରେ ଭକ୍ତ ଧାଡି ରେ ଯାଇ ମା “ଙ୍କ କୃପା ଲାଭ କରୁଛନ୍ତି ।ନୂଆବର୍ଷ ଓ ପୁରୁଣା ବର୍ଷ ଭିତରେ ବେଶି କିଛି ଫରକ ନ ଥାଏ ନ ଥାଏ ବି ସାମଞ୍ଜସ୍ୟ । ନୂଆବର୍ଷ କିଛି ନୁହେଁ, ବାସ ଗୋଟେ କ୍ୟାଲେଣ୍ଡର ପରିବର୍ତ୍ତନ। ତାରିଖର ଭିଡ଼, ସଂଖ୍ୟା ମାନଙ୍କର ସାପ ସିଢି ଖେଳ। ମା “ଙ୍କ ମନ୍ଦିର ରେ ରାଜ୍ୟର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା।


