ଆମ୍ବ ବାସ୍ନାରେ ମହକୁଛି ଆସିକା ବଜାର

ଆସିକା (ୱାଇଏନ୍‍ଏସ୍‍) :ଏପ୍ରିଲ୍‍ ମାସ ଆରମ୍ଭରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ କିସମର ସ୍ୱାଦିଷ୍ଟ ଆମ୍ବ ବିକ୍ରୀ ଆରମ୍ଭ ହୋଇଯାଇଛି । ଫଳର ରାଜା ଆମ୍ବକୁ କୁହାଯାଉଥିଲା ବେଳେ ଏହା ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ବି ସେତିକି ସ୍ୱାଦିଷ୍ଟ । ଆସିକା ଅଞ୍ଚଳର ବିଭିନ୍ନ ଆମ୍ବ ବ୍ୟବସାୟ ପ୍ରତିଷ୍ଠାନରେ ଆନ୍ଧ୍ର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ସମେତ ରାଜ୍ୟ ବାହାରର ଆମ୍ବର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗତବର୍ଷ ଠାରୁ ଚଳିତବର୍ଷ ବିଭିନ୍ନ କିସମର ଅଧିକ ଆମ୍ବ ଆସି ପହଞ୍ôଚଛି । ଆନ୍ଧ୍ରପ୍ରଦେଶର ବିଜୟାନଗରମ, ରାଜମହେନ୍ଦ୍ରୀ, ବିଜୟୱାଡା, ନେଲୋର୍ ସମେତ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ତଥା ଏହାର ଆଖପାଖ ରାଜ୍ୟରୁ ପ୍ରାୟ ୧୦ ରୁ ଉର୍ଦ୍ଧ୍ୱ ପ୍ରକାର ବିଭିନ୍ନ କିସମର ଆମ୍ବ ପହଞ୍ôଚବା ସହ ବିକ୍ରୀ ମଧ୍ୟ ଚାଲିଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକ ଦିନ ମିନିଟ୍ରକରେ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଆମ୍ବ ଆସିକା ସହରକୁ ଆସୁଛି । ବଜାରରେ ରାଜ୍ୟ ବାହାରର ଆମ୍ବର ବିକ୍ରୀ ଜୋର ଧରିଥିବା ବେଳେ ବିଭିନ୍ନ କିସମର ଦେଶୀ ଆମ୍ବ ମଧ୍ୟ ବିକ୍ରୀ ଜାରି ରହିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଫଳଦୋକାନ ସମେତ ଏକାଧିକ ଠେଲାଗାଡିରେ ରାଜ୍ୟ ବାହାରର ଆମ୍ବ ଓ ଦେଶୀଆମ୍ବର ବିକ୍ରୀ ଧିରେ ଧିରେ ଜୋର ଧରିଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଆମ୍ବର ଚାହିଦା ଅଧିକ ଥିବା ବେଳେ ଆମ୍ବର ବାସ୍ନାରେ ବଜାର ମହକୁଥିବା ଦେଖିବାକୁ ମିଳୁଛି । ଆସିକା ସହରର ବିଭିନ୍ନ ବ୍ୟସ୍ତବହୁଳ ରାସ୍ତା ପାଶ୍ୱର୍ରେ ବହୁ ବ୍ୟବସାୟୀ ପସରା ମେଲାଇ ଆମ୍ବ ବିକ୍ରୀ କରୁଥିବା ବେଳେ ଗ୍ରାହକମାନେ ବି ଆଗ୍ରହର ସହକାରେ ଆମ୍ବ କ୍ରୟ କରୁଥିବା ଲକ୍ଷ୍ୟ କରାଯାଇଛି । ଗ୍ରାହକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଆମଦାନୀ ହେଉଥିବା ସ୍ୱାଦିଷ୍ଟ ଆମ୍ବ ଆସିକା ବଜାରରେ ସୁଲଭ ମୂଲ୍ୟରେ ବିକ୍ରୀ ହେଉଥିବା ଜଣାପଡିଛି । ଦେଶୀ ଓ ଛୋଟ ଠୁରି ଆମ୍ବ ଗୁଡିକ ଆସିକାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ବିକ୍ରୀ ହେଉଥିଲା ବେଳେ ସେଗୁଡିକର ମଧ୍ୟ ଚାହିଦା ବେଶ୍‍ ଭଲ ଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ