ଫସିଥିବା ଆନ୍ଧ୍ର ଟ୍ରଲର ନିଜ ଅଞ୍ଚଳକୁ ଫେରୁଛନ୍ତି

ଛତ୍ରପୁର,(ଓ୍ବାଇଏନଏସ):  ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରୁ ଆସିଥିବା ଅନେକ ମାଛଧରା ଟ୍ରଲର ସମୁଦ୍ର ମଧ୍ୟରେ ଫସି ରହିଥିଲେ। ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା କରାଯାଇ ୬୫ରୁ ଊର୍ଦ୍ଧ୍ୱ ଟ୍ରଲରକୁ ଆର୍ଯ୍ୟପଲ୍ଲୀ ଜେଟି ଏବଂ ଗୋପାଳପୁର ବନ୍ଦରରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଥିଲା। ତେବେ ଆଜି ସମୁଦ୍ର ପରିସ୍ଥିତି କିଛିଟା ସ୍ୱାଭାବିକ ହେବା ପରେ ଆଶ୍ରୟ ନେଇଥିବା ଟ୍ରଲରଗୁଡ଼ିକ ଧୀରେ ଧୀରେ ନିଜ ନିଜ ଅଞ୍ଚଳକୁ ଫେରିବାରେ ଲାଗିଛନ୍ତି। ଅନ୍ୟପଟେ, ସମୁଦ୍ର ଅଶାନ୍ତ ରହିଥିବା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରମ୍ବାର ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଉଛି। ତଥାପି ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଆସୁଥିବା ଟ୍ରଲରଗୁଡ଼ିକ ଅଶାନ୍ତ ସମୁଦ୍ରରେ ଫସିବା ଘଟଣା ପ୍ରତିଥର ଚିନ୍ତାର କାରଣ ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ