ଘର ତାଲା ଭାଙ୍ଗି ଚୋରି : ୨୦ ଭରି ସୁନା ଅଳଙ୍କାର, ସିସିଟିଭି ମନିଟର ଓ ସ୍କୁଟି ଲୁଟି ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ପୁଞ୍ଜିକଂୟା ଛକ ବିଶ୍ଵଧର ନଗର ରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବର ଙ୍କ ଘର ଗ୍ରିଲ ଓ କବାଟ ର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ଆଲମିରା ଚାବି ତାଡି ସେଥିରେ  ଥିବା ପ୍ରାୟ ୨୦ ଭରି ସୁନା ଅଳଙ୍କାର,ସିସିଟିଭି ମନିଟର ଏବଂ ଜୁପିଟର ସ୍କୁଟି ଚୋରି କରି ନେଇଥିବା ଜଣାପଡିଛି।ସ୍କୁଲ ପୂଜାଛୁଟି ଥିବାରୁ ପଦ୍ମନ ଘରେ ତାଲା ପକାଇ ପୈତୃକ ଗାଁ କୁ ଯାଇଥିଲେ। ଗତ ଶୁକ୍ରବାର ରାତିରେ ପୁଞ୍ଜିକଂୟା ଛକ ଦୂର୍ଗା ପୂଜା ଅବସରରେ ମେଲୋଡି ଚାଲିଥିଲା।ବିଳମ୍ବିତ ରାତି ଯାଏଁ ପୁଞ୍ଜିକଂୟା ଛକ ରେ ଜନଗହଳି ଥିଲେ ସୁଦ୍ଧା ଦୁର୍ବୃତ୍ତ ମାନେ ଏହାକୁ ଖାତିର ନକରି ତାଙ୍କ ଘର ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଖବରପାଇ ପଦ୍ମନ ଗାଁ ରୁ ଫେରି ଶନିବାର ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୪୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଶନିବାର ପ୍ରାଥମିକ ତଦନ୍ତ କରିଥିଲେ। ରବିବାର ମଧ୍ୟାହ୍ନରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ କରାଯାଇଥିଲେ ମଧ୍ୟ ପୋଲିସ କୁ କୌଣସି ସୁରାକ ମିଳିପାରିନାହିଁ। ସେହିପରି ଗତ ଅଗଷ୍ଟ ୯ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁ ଙ୍କ ଘର ସମ୍ମୁଖ କବାଟ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ସମାନ ଢଙ୍ଗରେ ଘର ଭିତରେ ଥିବା ୨ ଟି ଗଡ଼ରେଜ୍ ଆଲମିରା ଚାବି ଭାଙ୍ଗି  ଲକର୍ ତାଡି ଦେଇ ସେଥିରେ ଥିବା ପ୍ରାୟ ୩୦ ଭରି ଓଜନର ସୁନା ଅଳଙ୍କାର,୫୦ ଭରି ଓଜନର ରୂପା ଅଳଙ୍କାର , ନଗଦ ୮ ଲକ୍ଷ ଟଙ୍କା ଓ ୨ ଟି ଏଟିଏମ କାର୍ଡ ଲୁଟି ନେଇଥିଲେ। ଏଯାବତ୍ ଏହି ଚୋରି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରିନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ