ଜିଲାପ୍ରଶାସନ ଉଦ୍ୟମ ରେ ଉଦ୍ଧାର ହେଲେ ନିୟମଗିରି ରତିନି ଜଣ ଦାଦନ ଶ୍ରମିକ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ତିନି ଜଣ  ଦାଦନ ଶ୍ରମିକ ତାମିଲନାଡୁ ରୁ ଉଦ୍ଧାର ହୋଇଥିବା ଜଣାପଡିଛି ।ଜିଲାପାଳ  ପାରୁଲ ପଟୱାରୀ ଓ ଜିଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତି କୁମାର ଙ୍କ ତତ୍ତ୍ୱାବଧାନରେ କଲ୍ୟାଣସିଂହପୁର ଥାନା ହାବିଲଦାର କାର୍ତ୍ତିକ ଶବର , ଏସ ଆଇ ଏସ କେ ବରିଆ ତାମିଲନାଡୁ ରାଜ୍ୟର କହିମ୍ଭାଟୁର ଅଞ୍ଚଳ ର ତିରିପୁରରେ ଥିବା ବିନା ସ୍ୱୀକୃତି ପ୍ରାପ୍ତ ଲୁଗା କମ୍ପାନୀରେ ପାର୍ଶାଲି ପଞ୍ଚାୟତର  ଡ଼ଙ୍ଗାମାଟି ଗ୍ରାମର ଅଜିତ ଶିକକା,କାନସୁର ଗ୍ରାମର ଲକ୍ଷ୍ମୀ କାଡ୍ରାକା ,ପାଟଲମ୍ଭା ଗ୍ରାମର ବିନତି ସିକକା  କାର୍ଯ୍ୟ କରୁଥିବା ବେଳେ ଉଦ୍ଧାର କରି ଆଣିଥିବା ଜଣାପଡିଛି ।  ଉକ୍ତ ଶ୍ରମିକ ମାନେ କାର୍ଯ୍ୟ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ସତ୍ତ୍ୱେ କମ୍ପାନୀ ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେଇ ଅଟକ ରଖିଥିଲେ । କୌଣସି ସୂତ୍ରରୁ ପୁଲିସ କି ନେଇଜିବା ପାଇଁ ଗୁହାରି କରିଥିଲେ ।ଏହାକୁ ନେଇ ଜିଲା ପୁଲିସ ଓ ଜିଲାପାଳଙ୍କ ନିର୍ଦ୍ଦେଶ ରେ ଉଦ୍ଧାର କରାଯାଇଛି । ପାର୍ଶାଲି ପଞ୍ଚାୟତରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ବିକାଶ ନିମନ୍ତେ ପ୍ରାୟ୪୦ ବର୍ଷ ଡ଼ଙ୍ଗରିଆକନ୍ଧ ଉନ୍ନୟନସଂସ୍ଥା ,ଓପିଲିପି,ପ୍ରଧାନମନ୍ତ୍ରୀଜନମନ ଯୋଜନା, ସୁଭଦ୍ରା ଯୋଜନା,ଆଇ ଫାର୍ଡ ,ଆଇ ଟି ଡି ଏ , ଉଦ୍ୟାନ ବିଭାଗ ,ଜଳଛାୟା ପ୍ରକଳ୍ପ ,ବନ ବିଭାଗ, କୃଷି ବିଭାଗ ,ବ୍ଲକ ,ପଞ୍ଚାୟତ ଓ ମନରେଗା ପକ୍ଷରୁ  କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।କିନ୍ତୁ ଡଙ୍ଗରିଆ କନ୍ଧ ମାନଙ୍କୁ ଖାଦ୍ୟ ମିଳୁନଥିବାରୁ   ଦାଦନ ଖଟିବାକୁ ଯାଉଛନ୍ତି । ତେବେ କିଏ  ଶବ ହୋଇ ଫେରୁଛି ,କିଏ ନିର୍ଯ୍ୟାତନା ପାଉଛି ,ଆଉ କିଏ ନିର୍ଯ୍ୟାତନା ସହି ନପାରି ଟଙ୍କା ନ ପାଇ ଲୁଚି ଛପି ଆସୁଥିବା ବେଳେ ବାଟରୁ ନିଖୋଜ ହୋଇଥିବା ନଜିର ଅଛି ।ନିକଟରେ ରାଇଲିମା ର ଜଣେ ଯୁବକ ଦାଦାନରୁ ଫେରୁଥିବା ବେଳେ ବାଟରୁ ନିଖୋଜ ରହିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଧାମୁନିପଙ୍ଗା ପଞ୍ଚାୟତର ହାତିମୁଣ୍ଡା ଗ୍ରାମର  ଜେନା ହିକକା  ଆନ୍ଦ୍ରପ୍ରଦେଶ ରେ ନିଖୋଜ ଥିବା ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ପୁଲିସ ଉଦ୍ଧାର କରି ଆସୁଥିବା ବେଳେ ସେମାନଙ୍କୁ ଟିକଟ ନ ମିଳିବାରୁ ବର୍ତ୍ତମାନ କହିମ୍ବାଟୁର ରେ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ