ଇତିହାସରୁ ଲିଭିଯିବ କି ଟଙ୍କାଗଡିଆ ରାଜସ୍ବ ଗ୍ରାମ : ଏକଦା ଆଦର୍ଶ ଗ୍ରାମ ଘୋଷଣା ହୋଇଥଲା

ହାଟଡିହି (ବିକାଶ ବିଶ୍ବାଳ) ଇତିହାସରୁ ଲିଭିଯିବାକୁ ବସିଛି ଟଙ୍କାଗଡିଆ ଗାଁ। ଏହା ଏକ ରାଜସ୍ବ ଗ୍ରାମ ହେଇଥିଲେ ବି ପ୍ରାସାସନିକ ଅବହେଳା ଯୋଗୁଁ ଗୋଟିଏ ପରେ ଗୋଟିଏ ପରିବାର ଗାଁ ଛାଡି ଆସିବା ପରେ ଏବେ ଗୋଟିଏ ପରିବାର କୁ ନେଇ ଏହି ଗାଁ।  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ପଞ୍ଚାୟତର ଟଙ୍କା ଗଡିଆ ଗ୍ରାମ। ୨୫ ବର୍ଷ ତଳେ ଏହି ଗ୍ରାମରେ ୧୦ରୁ ୧୨ ପରିବାର ବସବାସ କରୁଥିଲେ। କିନ୍ତୁ ଗାଁ କୁ ରାସ୍ତା, ପାନୀୟଜଳ, ବିଦ୍ୟୁତ, ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗ ନଥିବାରୁ ଏହି ଗାଁ ର ଲୋକମାନେ ନାନା ସମସ୍ୟା ଭୋଗ କରୁଥିଲେ। ବାରମ୍ବାର ଏନେଇ ଅଭିଯୋଗ କରିବା ପରେ ୨୦୧୨ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗାଁ କୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରଯାଇଥିଲା। ଏଥିପାଇଁ ଗାଁ ରେ ତତ୍କାଳୀନ ପ୍ରାସାସନିକ ଅଧିକାରୀ ମାନେ ପହଞ୍ଚି ଏକ ବୈଠକ କରି ଆଦର୍ଶ ଗ୍ରାମ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ କୌଣସି କାମ ହୋଇ ନଥିଲା। ରାସ୍ତା ନଥିବାରୁ ଲୋକମାନେ ଯାତାୟତ କରିବାରେ ଅସୁବିଧା ଭୋଗ କରିବାରୁ କିଏ ଗେଡ଼ମା ତ ଆଉ କିଏ ମୁଦୁଲି ସାହିକୁ ଉଠି ଆସିଲେ। ସୁବାସ ଜେନା, ଯୁଧିଷ୍ଠିର ବିଶ୍ଵାଳ, କୃଷ୍ଣ ବିଶ୍ବାଳ, କୁନିଆ ବିଶ୍ଵାଳ, ଭରତ ବିଶ୍ଵାଳ, ଧରଣୀ ମହାନ୍ତି, ବାବାଜୀ ଦାସ ପ୍ରମୁଖ ଗାଁ ଛାଡ଼ିବା ପରେ କେବଳ କୃଷ୍ଣ ଚନ୍ଦ୍ର ଦାସ ରହିଗଲେ। କୃଷ୍ଣ ଦାସଙ୍କ ପରଲୋକ ପରେ ଏବେ ତାଙ୍କର ୪ପୁଅ ଦୀନବନ୍ଧୁ ଦାସ, ଜଗବନ୍ଧୁ ଦାସ, କୃପାସିନ୍ଧୁ ଦାସ, ସୁକାନ୍ତ ଦାସ ଏହି ଗାଁରେ ରହୁଛନ୍ତି। ଗାଁ କୁ ରାସ୍ତା ନଥିବା ବେଳେ କେବଳ ଗୋଟିଏ ବିଲ ହିଡରେ ଯାତାୟତ କରୁଛନ୍ତି। ବର୍ଷାଦିନେ ଏହି ପରିବାର ର ଲୋକମାନେ ଗାଁ ରୁ ବାହାରକୁ ବାହାରି ପାରୁନାହାନ୍ତି। ଏପରିକି ସ୍କୁଲ କଲେଜ ରେ ପଢୁଥିବା ଛୁଆ ମାନେ ଅନେକ ଅସୁବିଧା ଭୋଗୁଥିବା ଛାତ୍ରୀ ସୁବାସିନି ଦାସ କହିଛନ୍ତି। ଦେହ ପା ଖରାପ ହେଲେ ଡାକ୍ତରଖାନା ଯିବାକୁ ନାହିଁ ନଥିବା ଅସୁବିଧା ଭୋଗୁଥିବା ମମତା ଦାସ କହିଛନ୍ତି। ସେହିପରି ସରକାର ଙ୍କ ତରଫରୁ ନଳକୁପ ଟିଏ ବସିଥିବା ବେଳେ ତାହା ଅଚଳ ହୋଇ ପଡିଛି। ରାଜସ୍ଵ ଗ୍ରାମର ମାନ୍ୟତା ପାଇଁ ଏବେ ଅନେକ ଗାଁ ଲଢେଇ କରୁଥିବା ବେଳେ ଏହି ରାଜସ୍ଵ ଗ୍ରାମଟି ମାନଚିତ୍ର ଉଭେଇଯିବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୁର୍ବତନ ସରପଞ୍ଚ ନରହରି ଚକ୍ର କୁହନ୍ତି ଯେ ୨୦୦୭/୦୮ ମସିହାରେ ରାଜସ୍ଵ ଗ୍ରାମ ଘୋଷଣା ହୋଇଥିବା ବେଳେ ସମସ୍ତ ସୁବିଧା ଯୋଗାଇବାକୁ ଉପଜିଲ୍ଲାପାଳ ଘୋଷଣା କରିଥିଲେ। କିନ୍ତୁ ପରେ ଆଉ କେହି ବି ଏଥିପ୍ରତି ଗୁରୁତ୍ଵ ଦେଇ ନଥିଲେ। ସେହିପରି ପୁର୍ବତନ ସରପଞ୍ଚ ଆନନ୍ଦ ମହାନ୍ତି କୁହନ୍ତି ଯେ ଏହି ଗାଁ କୁ ଯାଇଥିବା ରାସ୍ତାରେ କିଛି ବ୍ୟକ୍ତିଙ୍କ ପୈତୃକ ଜମି ରହିଯାଇ ଥିବାରୁ ରାସ୍ତା ନିର୍ମାଣ ହୋଇ ପାରି ନାହିଁ ବୋଲି କହିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଯଦି ଗାଁ କୁ ରାସ୍ତା ନଥିଲା ତେବେ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଥିଲା କିପରି। ତଥାପି ରାଜ୍ଯ ସରକାର ଏଥିପ୍ରତି ଦୃଷ୍ଟିଦେଇ ଏହି ରାଜସ୍ଵ ଗ୍ରାମରେ ବସକରୁଥିବା ଏହି ଗୋଟିଏ ପରିବାରକୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ