ଆଜି ବିଶ୍ୱ ଦୃଷ୍ଟି ଦିବସ

ଆସିକା (ୱାଇଏନ୍‍ଏସ୍‍) : ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରବାରରେ ପାଳିତ ହୋଇଥାଏ ବିଶ୍ୱ ଦୃଷ୍ଟି ଦିବସ । ଆଖିର ସୁରକ୍ଷା ଓ ଦୃଷ୍ଟିହୀନତା ରୋକିବା ସାଙ୍ଗକୁ ନିୟମିତ ବ୍ୟବଧାନରେ ଆଖିର ପରୀକ୍ଷା କରିବା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରବାରରେ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ନେତ୍ର ବିଭାଗର ଚକ୍ଷୁ ଚିକିତ୍ସା ଅଧିକାରୀ ଦୀପ୍ତିମୟୀ ଦଳାଇ ପରାମର୍ଶ ଦେଇ କହିଛନ୍ତି ଆମ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ଏକ ମୂଲ୍ୟବାନ ଅଙ୍ଗ ହୋଇଥିଲା ବେଳେ ଚକ୍ଷୁ ଦ୍ୱାରା ଆମେ ସୁନ୍ଦର ଦୁନିଆରୁ ଦେଖିପାରୁଛେ ଏବଂ ଚକ୍ଷୁ ମାଧ୍ୟମରେ ପଢିବା, ଲେଖିବା, ଦେଖିବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ସଂପାଦନ କରିବାରେ ସକ୍ଷମ ହୋଇପାରୁଛେ । ତେବେ ଜଣେ ବ୍ୟକ୍ତି ଯଦି କୌଣସି କାରଣରୁ ଦୃଷ୍ଟିଶକ୍ତି ହରାଇଥାଏ ସେ ଦୃଷ୍ଟିବାଧିତ ହୋଇ କାମ କରିବାରେ ପ୍ରାୟତଃ ସକ୍ଷମ ହୋଇପାରି ନଥାଏ । ମନୁଷ୍ୟର ବୟସ ବୃଦ୍ଧି ପାଇବା ସହ ଆଖିର ପ୍ରାକୃତିକ ଲେନ୍ସ ଅସ୍ପଷ୍ଟ ବା ଧୂସର ହୋଇଯାଇଥାଏ ଯାହା ଦ୍ୱାରା ଦେଖିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଚକ୍ଷରୁ ସୁରକ୍ଷା ସଂପର୍କରେ ଆବଶ୍ୟକୀୟ ସଚେତନ ହେବାର ନିତାନ୍ତ ଜରୁରୀ ଆବଶ୍ୟକତା ରହିଛି । ସଚେତନତା ଅଭାବରୁ ବହୁ ବ୍ୟକ୍ତି ବିଭିିନ୍ନ ସମୟରେ ନନାନା କାରଣରୁ ଦୃଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି । ଯାହାରି ଫଳରେ ପରବର୍ତ୍ତୀ ସମୟରେ ଏହା ଦୈନନ୍ଦିନ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଆଖି ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିଲା ବେଳେ ଆଖି ବିନା ଅନ୍ଧକାରମୟ ହୋଇଥାଏ । ଆଜିର ଡିଜିଟାଲ୍‍ ଯୁଗରେ କମ୍ପ୍ୟୁଟର ଓ ମୋବାଇଲର ଅଧିକ ବ୍ୟବହାର ଏବଂ ଅନ୍ୟ କେତେକ କାରଣରୁ ବିଭିନ୍ନ ସମୟରେ ବହୁ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ । ତେଣୁ ଆଖିର ଯତ୍ନ ନେବା ସମସ୍ତଙ୍କ ପାଇଁ ପ୍ରଥମ ଓ ପରମ କର୍ତ୍ତବ୍ୟ ହେବା ଆବଶ୍ୟକ । ଆଖିରୁ ଲୁହ ବାହାରିବା କିମ୍ବା ଜଳାପୋଡା ହେବା ସାଙ୍ଗକୁ ଲାଲ୍‍ ପଡିବା ଓ କମ୍‍ ଦୃଶ୍ୟମାନ୍‍ ହେଲେ ତୁରନ୍ତ ଚକ୍ଷୁ ବିିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ନିତାନ୍ତ ଆବଶ୍ୟକ । ଚକ୍ଷୁର ସୁରକ୍ଷା ପାଇଁ ବର୍ଷକୁ ଅତି କମ୍‍ରେ ଡାକ୍ତରଙ୍କ ଦ୍ୱାରା ଦୁଇ ଥର ଚକ୍ଷୁ ପରୀକ୍ଷା କରାଇବା ଏବଂ ଆଖିର ଜ୍ୟୋତି ବଢାଇବା ପାଇଁ ସବୁଜ ପନିପରିବା, କ୍ଷୀର, ମାଛ ଓ ଭିଟାମିନ୍‍-ଏ ଯୁକ୍ତ ଖାଦ୍ୟ ଖାଇବା, ଆଖି ଅଛି ତ ଦୁନିଆ ଅଛି ବାର୍ତ୍ତାକୁ ପ୍ରଚାର କରିବା, ସୁସ୍ଥ ଆଖି ପାଇଁ ନିିୟମିତ ଚକ୍ଷରୁ ବ୍ୟାୟାମ କରିବା, ଚକ୍ଷୁଦାନ ଏକ ମହତ୍‍ ଦାନ ହୋଇଥିବାରୁ ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ସଚେତନତାର ବାର୍ତ୍ତା ପ୍ରଚାର କରିବାର ଆବଶ୍ୟକତା ଜରୁରୀ । ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ନେତ୍ର ବିଭାଗର ଚକ୍ଷରୁ ଚିକିତ୍ସାଧିକାରୀ ଦୀପ୍ତିମୟୀ ଦଳାଇ ନିଜ ଚକ୍ଷୁର ଯତ୍ନ ଓ ସୁରକ୍ଷା ନିଜେ ନେବାକୁୁ ଆହ୍ୱାନ କରିବା ସହ ଦୃଷ୍ଟିଦୋଷ ଥିବା ବ୍ୟକ୍ତିମାନେ ଚକ୍ଷୁ ପରୀକ୍ଷା କରାଇ ନିୟମିତ ଚଷମା ବ୍ୟବହାର କରିବା ଏବଂ ସୁଷମ ଖାଦ୍ୟ ଖାଇବା ଓ କମ୍ପ୍ୟୁଟର କିମ୍ବା ମୋବାଇଲ୍‍ରେ କାମ କରୁଥିଲେ ଚକ୍ଷୁର ସୁରକ୍ଷା ପ୍ରତି ଧ୍ୟାନ ଦେବା, ବାରମ୍ବର ଆଖିପତା ପକାଇବା, ଟାଣ ଖରାରେ ଘରୁ ବାହାରିଲେ ଚଷମା ବ୍ୟବହାର କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ