ଆଜି ବିଶ୍ୱ ଶିକ୍ଷକ ଦିବସ

ଆସିକା (ୱାଇଏନ୍‍ଏସ୍‍) : ପ୍ରତିବର୍ଷ ଅକ୍ଟୋବର ମାସ ୫ ତାରିଖରେ ସମଗ୍ର ବିିଶ୍ୱରେ ପାଳନ କରାଯାଇଥାଏ ବିଶ୍ୱ ଶିକ୍ଷକ ଦିବସ । ଶିକ୍ଷକମାନଙ୍କର ସମାଜ ପ୍ରତି ରହିିଛି ଗୁରୁତ୍ୱôପୁର୍ଣ୍ଣ ଅବଦାନ । ଏଥିସକାଶେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ୧୯୯୪ ମସିହାରେ ଅକ୍ଟୋବର ମାସ ୫ ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବରେ ପାଳନ କରିବାଲାଗି ୟୁନେସ୍କୋର ଘୋଷଣା ମୁତାବକ ପୃଥିବୀର ୧୦୦ରୁ ଅଧିକ ଉକ୍ତ ଦିନ ବିଶ୍ୱ ଶିକ୍ଷକ ଦିବସ ପାଳନ କରିଆସୁଛନ୍ତି । ଆମ ଦେଶର ମହାନ୍‍ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁଦିବସ ରୂପେ ପାଳନ କରାଯାଇଆସୁଛି । ସମାଜ ଗଠନରେ ଶିକ୍ଷକମାନଙ୍କ ଅବଦାନକୁ ସମ୍ମାନ ଜଣାଇବା, ଦେଶ ଓ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ ସମାଜର ଯେଉଁ ଅଭୂତପୂର୍ବ ଅବଦାନ ରହିଛି ତାହାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେବା, ଶିକ୍ଷକମାନଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା, ମେଧାବୀ ଯୁବପିଢୀକୁ ଶିକ୍ଷକତା ପେସା ପ୍ରତି ଆକର୍ଷିତ କରିବା ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବା, ଶିକ୍ଷାକତା ପେସାର ଗାରିମାକୁ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୫ ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ଶିକ୍ଷକ ଦିବସ ପାଳନ କରାଯାଉଥିଲା ବେଳେ ଶିକ୍ଷକ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ଓ ସତ୍ୟର ପଥପ୍ରଦର୍ଶକ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ