ମନ୍ଦାର ପିଏମଶ୍ରୀ ମା ଭରାଣ୍ଡୀ ହାଇସ୍କୁଲରେ ବୃକ୍ଷ ରୋପଣ
ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ବ୍ଳକ ଅନ୍ତର୍ଗତ ମନ୍ଦାର ପିଏମଶ୍ରୀ ମା ଭରାଣ୍ଡି ଉଚ୍ଚ ବିଦ୍ୟାଳୟରେ ୦୭/୭/୨୬ ତାରିଖ ଦିନ ୭୭ ତମ ବନମହୋତ୍ସବ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟକାନ୍ତୀ ପିଙ୍ଗଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଘୁମୁସର ବନ ଖଣ୍ଡ ଏସିଏଫ ପ୍ରଦୀପ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଭିଏସଏସ ସଭାପତି ଶ୍ରୀଧର ମିଶ୍ର ଓ ମନ୍ଦାର ସରପଞ୍ଚ ସୁନୀତା ଜେନା ଯୋଗଦେଇ ୭୭ତମ ବନମହୋତ୍ସବ ପାଳନ ସହ ବୃକ୍ଷ ରୋପଣ କରିଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ବୃକ୍ଷ ରୋପଣର ଉପକାରିତା ବିଷୟରେ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ନବୀନ କିଶୋର ସାହୁ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିବା ବେଳେ ଜ୍ୟୋତି ନାୟକ, ରଞ୍ଜିତ କୁମାର ସାହୁ, ରଙ୍ଗାଧର ଦଳେଇ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଏନସିସି, ଜେଆରସି, ସ୍କାଉଟ ଏଣ୍ଡ ଗାଇଡସ ସ୍ୱେଚ୍ଛାସେବୀ ବୃନ୍ଦ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ବୃକ୍ଷ ରୋପଣ କରିଥିବା ବେଳେ ସହକାରୀ ଶିକ୍ଷକ ସଦାଶିବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


