ରଥଯାତ୍ରା ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) :ପବିତ୍ର ରଥଯାତ୍ରା ଉପଲକ୍ଷେ କୋଣାର୍କ ରାଉଳ ପାଟଣା ଛକ ନିକଟରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଚତ୍ରୁପାଶ୍ଵ ସ୍ବଚ୍ଛତା ରଖିବା ସହ ସବୁଜିମା ଫେରାଇ ଆଣିବା ପାଇଁ କମିଟିର ସଭାପତି ଆଲୋକ କୁମର ପଣ୍ଡା , ଚନ୍ଦ୍ରମଣି ମଲ୍ଲ , ନଟବର ମହାରଣା ବରଗଛ ଲଗାଇ ଶପଥ ପାଠ କରିଥିଲେ । ଆଗାମୀ ଦିନରେ ସବୁଜିମା ସୃଷ୍ଟି ଦିଗରେ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ର ସଭାପତି ଆଲୋକ କୁମାର ପଣ୍ଡା ବ୍ଯାପକ ବୃକ୍ଷରୋପଣ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ରଥ ଯାତ୍ରା ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କମିଟିର ର ଅଜୟ ମଲ୍ଲ , ମଧୁ ସୁଦନ ଦାଶ, ବରୁଣ ନାୟକ , ଚନ୍ଦ୍ରମଣି ମଲ୍ଲ , ଓ ମୋନାଜ ନାୟକ ପ୍ରମୁଖ ସହୋଯୋଗ କରିଥିଲେ।