ସମାଜସେବୀ ଅଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବରିଷ୍ଠ ସମାଜସେବୀ ଅଜୟ କୁମାର ମହାନ୍ତିଙ୍କ ଦ୍ୱାଦଶାହ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଧାନମଣ୍ଡଳସ୍ଥିତ ବାସଭବନରେ କେନ୍ଦ୍ରାପଡା ଜିଲ୍ଲା ମଧୁବାବୁ ବିଚାରମଞ୍ଚର ସଭାପତି କେଦାରନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବକ୍ତାମାନେ କହିଥିଲେ ଯେ ସ୍ୱର୍ଗତ ମହାନ୍ତି ଗରିବ, ଅବହେଳିତ, ନିଷ୍ପେସିତ ଓ ଦରିଦ୍ୟ ଲୋକମାନଙ୍କୁ ଆକୁଣ୍ଠ ଚିତ୍ତରେ ସାହାଯ୍ୟ କରିବା ସହିତ ମଠ, ମନ୍ଦିର ଓ ଗ୍ରାମର ଉନ୍ନତି ପାଇଁ ବିନା ଦ୍ୱିଧାରେ ସିଦ୍ଧହସ୍ତରେ ଦାନ କରୁୁଥିଲେ। ତେଣୁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତାଙ୍କର ସୁପୁତ୍ର ଡାକ୍ତର ମନୋରଞ୍ଜନ ମହାନ୍ତି ଓ ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଚିତ୍ତରଞ୍ଜନ ମହାନ୍ତି ପିତାଙ୍କ ସ୍ମୃତିଚାରଣ କରି ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶୁକବି ନରେଶ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀ ବଟକୃଷ୍ଣ ପାଢୀ, ଶିକ୍ଷକ ନିରଞ୍ଜନ ପ୍ରଧାନ, ଭଞ୍ଜକିଶୋର ସ୍ୱାଇଁ, ଜ୍ୱାଇଁ ବିଭୁ ପ୍ରସାଦ ପଟ୍ଟନାୟକ, ସତ୍ୟରଞ୍ଜନ ପଟ୍ଟନାୟକ, ଅଲେଖ ଚନ୍ଦ୍ର ସ୍ୱାଇଁ, କନ୍ୟା ଦିପ୍ତି ପଟ୍ଟନାୟକ, ମମତା ସ୍ୱାଇଁ, ବୋହୁ ପ୍ରିୟମ୍ବଦା ମହାନ୍ତିଙ୍କ ସମେତ ସନାତନ ବେହେରା, କାଳନ୍ଦି ପ୍ରଧାନ, ନିଖିଳ ଚନ୍ଦ୍ର ମହାନ୍ତି, ପ୍ରସନ୍ନ ଜେନା, ଧିରେନ ମହାନ୍ତି, ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦେବେନ୍ଦ୍ର ଦାସ ସଭାକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


