ବୃଦ୍ଧଙ୍କୁ ହତ୍ୟାଉଦ୍ୟମ : ପୁତୁରା ଗିରଫ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ଟଙ୍କା ଧାର ମାଗିବାକୁ  କେନ୍ଦ୍ରକରି ଗତ ଏପ୍ରିଲ ୨୫ ତାରିଖ  ସନ୍ଧ୍ୟା ପ୍ରାୟ ୭ ଟାରେ ମରଣାନ୍ତକ ଆକ୍ରମଣ କରିଥିଲେ।ଠେଙ୍ଗା ରେ ସିମାଞ୍ଚଳ ତାଙ୍କ ମଉସା ପୁନିଆ ଙ୍କୁ ମାଡ଼ ମାରିବାରୁ ତାଙ୍କ ଦୁଇଟି ହାତ  ଭାଙ୍ଗି ଯାଇଥିଲା। ସେ ଚିକିତ୍ସା ହୋଇ ଫେରିବାପରେ ଗତ ୩୦ ତାରିଖରେ  ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୧୯୧/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୩୩୩/୨୯୬/୧୧୫(୨)/୧୧୭(୨)/୧୦୯/୩୫୧(୨) ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ନିଜେ ପ୍ରତ୍ୟକ୍ଷ ଭାବେ ତଦନ୍ତ କରି ଅଭିଯୁକ୍ତ ସିମାଞ୍ଚଳ ଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଠେଙ୍ଗା କୁ ଜବତ କରାଯାଇଛି। ପୁନିଆ ପୂର୍ବରୁ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମରେ ରହୁଥିଲେ।ସେଠାରେ ସେ କିଛି ଜମି କ୍ରୟ କରିଥିଲେ।ତାଙ୍କର  କେହି ପୁଅ ନାହାନ୍ତି।ଏକମାତ୍ର ଝିଅ ର ବିବାହ ପରେ କିଛିଦିନ ପୂର୍ବେ ସେ ଝରିପଦର ଗ୍ରାମରେ ଥିବା ଜମିକୁ ସେ ବିକ୍ରୟ କରି ଲକ୍ଷାଧିକ ଟଙ୍କା ପାଖରେ ରଖିଥିଲେ। ମଉସାଙ୍କ ପାଖରେ ଲକ୍ଷାଧିକ ଟଙ୍କା ଥିବା ସୂଚନା ପାଇ ସିମାଞ୍ଚଳ ପୁନିଆ ଙ୍କ ଘରେ ପହଞ୍ଚି ୧ ଲକ୍ଷ ଟଙ୍କା ଧାର ମାଗିଥିଲେ। ପୁନିଆ ଙ୍କ ସ୍ତ୍ରୀ ତାଙ୍କ ପୁତୁରା ସିମାଞ୍ଚଳ ଙ୍କୁ  ଟଙ୍କା ଦେବାପାଇଁ ସ୍ବାମୀ ପୁନିଆ ଙ୍କୁ ବାଧ୍ୟ କରିଥଲେ।ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପୁନିଆ ଉତ୍ତେଜିତ ହୋଇ ସ୍ତ୍ରୀ ଙ୍କୁ ଗତ ୨୫ ତାରିଖ ସନ୍ଧ୍ୟାରେ ମାଡ଼ ମାରିଥିଲେ।ଖବରପାଇ ପୁତୁରା ତାଙ୍କ ଘରେ ପହଞ୍ଚି ପ୍ରତିବାଦ କରିଥିଲେ।ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ପୁନିଆ ଘର ବାରଣ୍ଡାରେ ବସିଥିବା ବେଳେ ସିମାଞ୍ଚଳ ତାଙ୍କୁ ମାଡ଼ ମାରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ