ପ୍ରଶାସନଙ୍କ ନିକଟରେ ଭତ୍ତା ନିମନ୍ତେ ଫେରାଦ ଦୁଇ ବୃଦ୍ଧ

ରାଇରଙ୍ଗପୁର,(ୱାଇଏନଏସ):ବୟସର ମଧ୍ୟାହ୍ନରେ ଭତ୍ତା କେବଳ ମାତ୍ର ସାହା ଯାହା ଜୀବନକୁ ଆଧାର ଦେଇଥାଏ l କିନ୍ତୁ ଏହି ଭତ୍ତା ପାଇବା ପାଇଁ ଲୋକମାନଙ୍କୁ ପ୍ରଶାସନଙ୍କ ନିକଟରେ ଦୌଡି ଦୌଡି ନିୟାନ୍ତ ହେଉଛନ୍ତି କିଛି ଲୋକ l ଏହିଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ କାଂକି ପଞ୍ଚାୟତ ର ବାଗଡେଗା ଗାଁରେ ଅଭାବନୀୟ ପରିସ୍ଥିତି ଉପୁଜିଛି l ସୂଚନାଯୋଗ୍ଯ, ଉକ୍ତ ଗାଁର ବଦରାମ ବାସ୍କେ (୬୧) ପିତା ବୁଧୁରାମ ବାସ୍କେ , ଆଧାର କାର୍ଡ ନଂ ୩୬୬୯ ୦୩୬୯ ୮୬୯୬ , ଏବଂ ଆଉଜଣେ କିଶୁନ ସୋରେନ (୮୧) ପିତା ସୁରାଇ ସୋରେନ, ଆଧାର କାର୍ଡ ନଂ ୬୦୪୭ ୨୭୮୯ ୧୮୧୨ , ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି, ବଦରାମ ବାସ୍କେ ଏପ୍ରିଲ ୨୦୨୬ ସାଲରେ ପ୍ରଶାସନଙ୍କ ନିକଟରେ ଦରଖାସ୍ତ କରିଥିଲା ବେଳେ କିଶୁନ ସୋରେନ ୨୦୨୪ ସାଲ ରୁ ଦରଖାସ୍ତ କରି ଅପେକ୍ଷାରେ ରହିଛନ୍ତି l ସେମାନେ ଗରିବ ଶ୍ରେଣୀୟ ହୋଇଥିବାରୁ ଭତ୍ତା ନିହାତି ଆବଶ୍ଯକ ବୋଲି ଗୁହାରି କରିଛନ୍ତି l ଉଲ୍ଲେଖଯୋଗ୍ଯ, ଭତ୍ତା ଦରଖାସ୍ତ ବେଳେ ଆଜିକାଲି ରୋଜଗାର ପ୍ରମାଣପତ୍ର ଓ ଭୋଟର କାର୍ଡ ବାଧ୍ଯତାମୂଳକ ହୋଇପଡିଛି l ଅନୁସନ୍ଧାନରୁ ଜଣାଯାଇଛି, ବଦରାମ ବାସ୍କେ ନିଜର ଭୋଟର କାର୍ଡ ପଇଠ କରି ନ ଥିଲା ବେଳେ କିଶୁନ ସୋରେନ ତାଙ୍କର ରୋଜଗାର ପ୍ରମାଣ ପତ୍ର ଦେଇନାହାଁନ୍ତି l ଯାହା ଫଳରେ ଫାଇଲ ପତ୍ର ଆଗକୁ ଯାଇ ପାରୁନାହିଁ l ଏ ସଂପର୍କରେ ମଧ୍ଯ ସ୍ଥାନୀୟ ସରପଞ୍ଚ ଓ ଓ୍ବାର୍ଡମେମ୍ବରଙ୍କୁ ମଧ୍ଯ ଅବଗତ କରାଯାଇଛି l ଲୋକମାନେ ମଧ୍ଯ ଏ ସଂପର୍କରେ ସଚେତନ ହୁଅନ୍ତୁ l ପ୍ରଶାସନ ସେମାନଙ୍କର ଦୁଃଖ ଯଥାଶୀଘ୍ର ହୁଦୟଙ୍ଗମ କଲେ ତାଙ୍କର ଆଗାମୀ ଭବିଷ୍ଯତ ସୁବ୍ଯବସ୍ଥିତ ଭାବେ ଗଢିପାରିବେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି l ଉକ୍ତ ବିଷୟରେ ବହଳଦା ବ୍ଲକ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ ଙ୍କୁ ବୁଝିବାରୁ ସେ କହିଥିଲେ ଯେ, ସେମାନେ ଉପଯୁକ୍ତ କାଗଜପତ୍ର ଯେତେ ଶୀଘ୍ର ଦାଖଲ କରିବେ, ସେମାନଙ୍କର କାମ ସେତେ ଶୀଘ୍ର ଆଗକୁ ବଢିବ l ଏ ସଂପର୍କରେ ଆମ୍ଭେ ଗାଁରେ ଲୋକମାନଙ୍କୁ ସଚେତନ କରାଇଥିଲୁ l ଉକ୍ତ ବିଷୟରେ ଲୋକେ ସଚେତନ ହୁଅନ୍ତୁ l ସେ ସବୁବେଳେ ଲୋକମାନଙ୍କର ସାହାର୍ଯ୍ଯ ଓ ସହଯୋଗ ପାଇଁ ଛିଡା ହେବେ l ଆଗାମୀ ଦିନରେ ସେମାନଙ୍କର ଦୁଃଖ ନିଶ୍ଚୟ ଦୂରିଭୁତ ହେବ ବୋଲି ସୂଚନା ଦେଇଥିଲେ l ଫଳସ୍ବରୂପ, ସେମାନେ ମାନସିକ ଦୁଃଚିନ୍ତା ରୁ ମଧ୍ଯ ଦୂରେଇ ପାରିବେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ