ଖାନକା ସରିଫ୍‌ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ଅଫିସ ଭଙ୍ଗାରୁଜା ସହ ମରଣାନ୍ତକ ଆକ୍ରମଣ

ଧାମନଗର(ଓ୍ବାଇଏନଏସ): ଧାମନଗର ସ୍ଥିତ ପ୍ରସିଦ୍ଧ ଖାନକା ସରିଫ୍ ମତ୍ତ୍ୱଲ୍ଲୀ ତଥା ପୁତୁରା ଏବଂ ଦାଦାଙ୍କ ବିବାଦ ଏବେ ଉଗ୍ରରୁପ ନେଇଛି। ଗତ ୧୯/୧୦/୨୬ ତାରିଖ ରାତି ପ୍ରାୟ ୮ଟା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଖାନକା ସରିଫ୍‌ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହିତ ଅଫିସ ଭଙ୍ଗାରୁଜା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ସେକ କଲିମ ନାମକ ଯୁବକ ଆହତ ହୋଇଥିବା ବେଳେ ଆଉ ଜଣେ ଯୁବକ ସେକ କସର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ରେଫର କରାଯାଇଛି। ଏହି ଘଟଣାକର ସୟଦ ହସ୍ନେନ୍ ରଜା ହବିବିଙ୍କ ଅଭିଯୋଗକୁ ପୋଲିସ ଗୁରୁତର ସହ ନେଇ ଦାଦା ତଥା ମସ୍ତାନଙ୍କ ସମର୍ଥକଙ୍କ ବିରୋଧରେ ଥାନା କେସ ନଂ ୪୫୫/୨୦/୧୦ ୨୬ରେ ଏକ ମାମଲା ରୁଜୁ ସହ ୧୭ ଜଣକୁ ରାତି ଅନ୍ଧିଆ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ଠାରୁ ସୂଚନା ମିଳିଛି। ତେବେ ଆଇଆଇସି ଶୁଭ୍ରଜିତ ଦାଶ ଉକ୍ତ ଘଟଣାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ବ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ ଗାଡ଼ିରେ କୋର୍ଟକୁ ନେଇ ଯାଉଥିବା ସମୟରେ ପରିବାର ଲୋକେ ଗାଡ଼ିକୁ ଘେରିଥିବା ଚିତ୍ର ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ତେବେ ପୋଲିସର ଗିରଫ ଭୟରେ କିଛି ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ