ମୋପେଡ ଧକ୍କା ରେ ଯୁବକ ଙ୍କ ମୃତ୍ୟୁ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): କେ.ନୂଆଗାଁ ଥାନା ଭୋଳାସିଙ୍ଗି ରାସ୍ତା ରେ ମା ବଗଳାମୁଖି ମନ୍ଦିର ନିକଟରେ ରେ ମୋପେଡ ଧକ୍କା ରେ ଯୁବକ ଙ୍କ ମୃତ୍ୟୁ ଘଟିଛି.ମୃତକ ଜଣକ ହେଉଛନ୍ତି ଚିକିଟି କରବାଲୁଆ ଗ୍ରାମ ର ନିରଞ୍ଜନ ସାହୁ (40)। ସେ ପାଣ୍ଡିରୀ ଗ୍ରାମ ରେ ନିଜ ପରିବାର ସହ ରହୁଥିବା ବେଳେ ଶନିବାର ନିଜ କର୍ମ କ୍ଷେତ୍ର କୁ ସକାଳ ସମୟ ରେ ବାହାରିଥିଲେ। ବଗଳାମୁଖି ମନ୍ଦିର ନିକଟରେ ମୋପେଡ ଆରୋହୀ ପଛ ପଟୁ ଧକ୍କା ଦେବା ଫଳରେ ଗୁରୁତର ଆହତ ହୋଇଥିଲେ ନିରଞ୍ଜନ.ଆହତ ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଯୋଗେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ.ଧାନଘର ଫାଣ୍ଡି ଅଧିକାରୀ ଗୌତମ ସାହୁ ଘଟଣା ସ୍ଥଳ ରେ ପହଞ୍ଚି ଗାଡି କୁ ଜବତ କରିବା ସହ ଶବ କୁ ଜବତ କରି ପୋଷ୍ଟ ମୋର୍ଟମ ପାଇଁ ପଠେଇଛନ୍ତି.ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମେଡିକାଲ ରେ ପହଞ୍ଚି ମୃତକ ପରିବାର କୁ ସମବେଦନା ଜଣେଇଛନ୍ତି.ଦୁର୍ଘଟଣା ଘଟେଇଥିବା ମୋପେଡ ଆରୋହୀ ଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଶୋକାକୁଳ ପରିବେଶ ମଧ୍ୟ ରେ ନିଜସ୍ୱ ବାସଭବନ ଚିକିଟି କରବାଲୁଆ ନିରଞ୍ଜନ ଙ୍କ ଶବ ସତ୍କାର ହୋଇଯାଇଛି।


