ଦୁଇ ଚକିଆ ଯାନ ଚୋରି :୨ ଗିରଫ

ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପୋଲିସ ଦୁଇ ଚକିଆ ଯାନ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି l ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବୁଗୁଡ଼ା ମହାପାତ୍ର ସାହିର ରୁଦ୍ର ପ୍ରତାପ ସାମନ୍ତରାୟ(୨୭) ଏବଂ ତାର ସହଯୋଗୀ ଯାଦବ ସାହିର ଏମ.ଦୀନବନ୍ଧୁ ପାତ୍ର(୨୨) l ପୋଲିସ ସୂଚନା ଅନୁସାରେ ଗତ ୩ ତାରିଖରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମର ଦିପୁ ସାହୁ ଗୋଲିଆ ଗ୍ରାମରେ ରହୁଥିବା ତାଙ୍କ ଭଣଜା ଶୁଭମଙ୍କ ଚିକିତ୍ସା ପାଇଁ ବୁଗୁଡ଼ା ଷଡଙ୍ଗି କ୍ଲିନିକକୁ ଆସିଥିବା ବେଳେ ତାଙ୍କ ସ୍କୁଟି ଚୋରି ହୋଇ ଯାଇଥିଲା l ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଆଖ ପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରି ପୋଲିସ ବୁଗୁଡ଼ା ମହାପାତ୍ର ସାହିର ରୁଦ୍ର ପ୍ରତାପ ସାମନ୍ତରାୟକୁ ଧରି ଜେରା କରିବା ପରେ ଗତ ୩୧ ତାରିଖରେ ଆହାର କେନ୍ଦ୍ର ନିକଟରୁ ଚିରିକିପଡା ଶାସନ ଗ୍ରାମର ଜୟରାମ ସାହୁଙ୍କ ଚୋରି ଯାଇଥିବା ପେସନ୍ ପ୍ରୋ ବାଇକ ଏବଂ ଆଉ ଏକ ଆର ୱାନ ଫାଇଭ ବାଇକ ଜବତ କରିଥିଲେ l ଏନେଇ ବୁଗୁଡ଼ା ପୋଲିସ ଥାନା କେସ ନଂ ୩୭୮/୨୬ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ସୁମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ