ଦେବଗିରି+୨ ମହାବିଦ୍ୟାଳୟର ଅପୂର୍ବ ସଫଳତା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଲ୍ୟାଣସିଂହପୁର ବ୍ଲକର ଏକ ମାତ୍ର ଯୁକ୍ତ୨ ଦେବଗିରି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଅପୂର୍ବ ସଫଳତା ସହ ପାସ କରି ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଦ୍ଵାଦଶ ବୋର୍ଡ ପରୀକ୍ଷାରେ କଲ୍ୟାଣସିଂହପୁର ବ୍ଲକର ଏକମାତ୍ର ଦେବଗିରି ମହାବିଦ୍ୟାଳୟରେ ମୋଟ ୨୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସେଥି ମଧ୍ୟରୁ ୧୮୬ ଜଣ ପାସ କରିଛନ୍ତି।ସେଥିମଧ୍ୟରୁ ପ୍ରଥମ ୮ ଜଣ ଦ୍ଵିତୀୟ ୧୯ ଓ ତୃତୀୟ ୧୫୯ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି।ଜିଲ୍ଲାର ଏହି ଅନୁଷ୍ଠାନ ଦୀର୍ଘ ବାର ବର୍ଷ ଧରି ସଫଳତାର ପାହାଚ ଅତିକ୍ରମ କରି ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଏହି ମହାବିଦ୍ୟାଳୟ କୁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ କରିଥାନ୍ତି।ଏହି ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟ ମାନେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ସୁବେଛା ପ୍ରଦାନ କରିଛନ୍ତି।


