ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଛତ୍ରପୁର,(ଓ୍ବାଇଏନଏସ): ବନ ମହୋତ୍ସବ ସପ୍ତାହ ପାଳନ ଅଵସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସରକାରୀ ହାଇ ସ୍କୁଲଠାରେ ପ୍ରଧାନ ଶିକ୍ଷକ ଦେବରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର ଆୟୋଜନ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ରୋଟାରୀଆନ କାମରାଜୁ ମହାରଣା ଏହି ଉତ୍ସବରେ ମୁଖ୍ୟଅତିଥିରୂପେ ଯୋଗଦେଇ ବୃକ୍ଷର ଉପକାରିତା,ପୃଥ୍ୱୀବରେ ସମ୍ପ୍ରତି ସୃଷ୍ଟି ହେଉଥିବା ତାପନର ପ୍ରଭାବ ଉପରେ ବକ୍ତବ୍ୟ ରଖି ପ୍ରତ୍ୟେକ ଛାତ୍ର ଛାତ୍ରୀ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଛତ୍ରପୁର ଉପଖଣ୍ଡ ବନ ବିଭାଗର ଫରେଷ୍ଟର ବାବୁ ସେଠି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବର୍ତ୍ତମାନ ସ୍ଥିତିରେ ପ୍ରକୃତିକୁ ବଞ୍ଚାଇବାକୁ ହେଲେ ବୃକ୍ଷ ରୋପଣ ନିହାତି ଆବଶ୍ୟକ  ବୋଲି ପ୍ରକାଶ କରି ବୃକ୍ଷ ଛେଦ ବିରୁଦ୍ଧରେ ଥିବା ବିଭିନ୍ନ ଆଇନ ଉପରେ ବକ୍ତବ୍ୟ ରଖିଥିଲେ। ପରିଚାଳନା କମିଟି ସଭ୍ୟ ଅବଦୁଲ ରହମନ,ଆଲୁମିନି ସଭ୍ୟ ଇପିଲି ଭାସ୍କର, ଅତିଥି ରୂପେ ଯୋଗ ଦେଇ ବୃକ୍ଷ ରୋପଣ ଓ ବୃକ୍ଷର ଯତ୍ନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ବିଦ୍ୟାଳୟ ପରିସରରେ ଅତିଥିମାନେ ଚାରା ରୋପଣ କରିଥିଲେ।  ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରି ସ୍ଵାଗତିକା ଦାଶ ପ୍ରାରମ୍ବିକ ବକ୍ତବ୍ୟ ରଖିଥିଲେ। ଅଭିଲିପ୍ସା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଇକୋ କ୍ଳବ ର ସମସ୍ତ ଛାତ୍ର ଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚାରା ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ