ବଉଳଗାଁରେ ଗ୍ରାମପଞ୍ଚାସ୍ତରୀୟ ଜନ ଶୁଣାଣୀ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ପଞ୍ଚାୟତସମିତି ପକ୍ଷରୁ ବଉଳଗାଁ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏଥିରେ ୨୨ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ସେଥିରୁ ୨୦ଟି ବ୍ୟକ୍ତଗତ ଏବଂ ୨୦ଟି ସାମୁହିକ ରହିଥିଲ।। ପ୍ରାୟ ରାସନକାର୍ଡ, ପ୍ରଧାନମନ୍ତ୍ରୀ ଯୋଜନାରେ ଗୃହ, ଭତ୍ତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଭିଯୋଗ ଗୁଡିକ ଦେଖିବାକୁ ମିଳିଥିଲା । । ଏହି କାର୍ଯ୍ୟକ୍ରମରେ ବ୍ରହ୍ନପୁର ଅତିରିକ୍ତ ଉପଜିଲ୍ଲାପାଳ ରୀନା ନାୟକ ନୋଡାଲ ଅଫିସର ଭାବେ ଯୋଗଦେଇଥିବା ବେଳେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।