ଚୋରକୁ କାବୁ କଲେ ଗ୍ରାମବାସୀ

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁର ଥାନା ଅଧିନ ଦିବ୍ୟସିଂହପୁର ଗ୍ରାମରେ ଚୋରି ବୃଦ୍ଧି ପାଉଥିଲା । ଥାନାରେ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ସେମାନଙ୍କ ଟେର ପାଇପାରୁନଥିଲା । ଏନେଇ ଚୋର କୁ କାବୁ କରିବା ପାଇଁ ଗ୍ରାମର କିଛି ଯୁବକ ଜଗି ରହୁଥିଲେ ଶେଷରେ ସେମାନେ ସଫଳ ମଧ୍ୟ ହୋଇଥିଲେ । ଗତକାଲି ବିଳମ୍ବିତ ରାତ୍ରରେ ଗୋଟିଏ ଓମିନ କାର ନଂ ଓଡି୦୨ୟୁ୪୮୧୫ ଯୋଗେ ତିନି ଜଣ ଯୁବକ ଦିବ୍ୟସିଂହପୁର ଗ୍ରାମକୁ ଯିବାବେଳେ ଚୋରି ସନ୍ଦହରେ ସେମାନଙ୍କୁ କାବୁ କରିଥିଲେ । ସେଥିରୁ ଦୁଇ ଜଣ ଯୁବକ ଗାଡି ଛାଡି ଦୈାଡି ଅନ୍ୟ ଏକ ସ୍ଥାନରେ ଲୁଚି ଯାଇଥିବା ବେଳେ ଅନ୍ୟ ଜଣକୁ କାବୁ କରିଥିଲେ ଗ୍ରାମବାସୀମାନେ । ଗାଡିରେ ଗ୍ୟାସ ସିଲିିର,ପାଇପ ଏବଂ ଚୋରିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଥିବା ଦେଖିଥିଲେ । ଏନେଇ ସେମାନେ ଛତ୍ରପୁର ପୁଲିସ କୁ ଖବର ଦେଇଥିଲେ,ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡି ସହ ଜଣକୁ ଥାନକୁ ଆଣିଥିଲେ । ପୁଣି ଆଜି ସକାଳୁ ଅନ୍ୟ ଦୁଇ ଜଣକୁ ମଧ୍ୟ ଗ୍ରାମବାସୀ କାବୁ କରି ପୁଲିସକୁ ଜିମା ଦେଇଥିଲେ । ବର୍ତମାନ ତିନିଜଣ ଯୁବକକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି । ଏହି ତିନି ଜଣ କେଉଁ ବଡ ଚୋରି ଘଟଣା ଘଟାଇବାକୁ ଯାଉଥିଲେ ଏବଂ କେଉଁ କେଉଁ ଅଚଂଳରେ ଚୋରି କରିଛନ୍ତି ତାହାର ତଦନ୍ତ କରୁଛି । ତେବେ ଅଟକ ତିନି ଜଣ ଛତ୍ରପୁର ଅଚଂଳର ବୋଲି ଜଣାପଡିଛି । ସୂଚନା ଥାଉକି କିଛି ମାସ ହେଲା ଛତ୍ରପୁର ଥାନା ଅଚଂଳରେ ଦିନକୁ ଦିନ ଚୋରି,ଲୁଟ ଆଦି ବୃଦ୍ଧି ପାଉଥିବା ବେଳେ ଏଥିରେ ସଫଳତା ପାଇପାରୁନଥିଲା ପୁଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ